ଛାଡୁନି ଦୁଃଖ, ଚିନ୍ତାରେ ଚାଷୀ

କଳାହାଣ୍ଡି: ଚାଷୀଙ୍କ ପିଛା ଛାଡୁନି ଦୁଃଖ। ପ୍ରକୃତି ବର୍ଷାଠୁ ଆରମ୍ଭ କରି ପେକ୍ସ ଆଉ ମିଲର ଯାଏଁ ସାଜିଛନ୍ତି ଚାଷୀଙ୍କ ଶତ୍ରୁ। କାହାକୁ ଟୋକନ ଲାପ୍ସ ଚିନ୍ତା ତ କାହାର ଧାନ ଖରାପ ହେବା ଚିନ୍ତା।
ଜୟପାଟଣା ବ୍ଲକ ୧୬ ମଣ୍ଡି ରୁ ୧୨ଟି ଖୋଲା ଆକାଶ ତଳେ ଥିବା ମଣ୍ଡିରେ ଭିଜୁଛି ଧାନ। ଚାଷୀ ବର୍ଷାରେ ଭିଜି ଭିଜି ଧାନ ଜଗିଛି। ଧାନ ବସ୍ତା ତଳକୁ ଚେର ଲମ୍ବିଲାଣି। ଚାଷୀ ମୁଲ ଭାଉରେ ବିକ୍ରି ହେବ କି ନାହିଁ ଚିନ୍ତା ଘାରିଲାଣି। ମନ୍ଥର ଗତିରେ ଧାନ ଉଠାଣ। ମିଲରଙ୍କ କଟନି ଛଟନି, ମନମାନି ରାଜନିତି ପାଇଁ ଚାଷୀ ହଇରାଣ ହେଉଛି। କିଛି ଚାଷୀଙ୍କ ଟୋକନ ଲାପ୍ସ ହୋଇଥିବା ବେଳେ ଚାଷୀଙ୍କ ଗଜା ଧାନ ଖଲାରେ ପଡ଼ି ରହିଛି।
Powered by Froala Editor