ବାଦୁଡିଙ୍କ ଶରୀରରୁ ମିଳିଲା ୨୪ ପ୍ରକାର ନୂଆ ଭାଇରସ, ସେଥିରୁ ଗୋଟିଏରେ ରହିଛି କରୋନାର ସାମଞ୍ଜସ୍ୟ
କରୋନା ଭାଇରସ୍ କେମିତି ବ୍ୟାପିଲା, ଏହାକୁ ନେଇ ଅନେକ ପ୍ରଶ୍ନ ଏବେ ମଧ୍ୟ ସଭିଙ୍କ ମନରେରହିଛି । ଏହାର ଉତ୍ପତ୍ତି ସ୍ଥଳ କେଉଁଠି ଏହକୁ ନେଇ ଗବେଷଣା ମଧ୍ୟ ଜାରି ରହିଛି। ଏହି କ୍ରମରେ ଚୀନ ବୈଜ୍ଞାନିକଙ୍କୁ ବାଦୁଡିଙ୍କଠାରେ ନୂତନ ପ୍ରକାରର କରୋନା ଭାଇରସ୍ର ନମୂନା ମିଳିଛି।
ଚୀନ ଗବେଷକ ନିଜର ଅଧ୍ୟୟନରେ କହିଛନ୍ତି, ବାଦୁଡିଠୁ ମିଳିଥିବା ନୂତନ ଭାଇରସ୍ରେ ଏମିତି ଏକ ଭାଇରସ୍ ରହିଛି, ଯାହା ଆନୁବଂଶିକ ଭାବେ କୋଭିଡ୍-୧୯ ସହ ସାମଞ୍ଜ୍ୟସ ରହିଛି।ବାଦୁଡ଼ିଙ୍କ ଶରୀରରେ କେତେ ପ୍ରକାରର କରୋନା ଭାଇରସ ରହିଛି ଓ ଏହା ମଧ୍ୟରେ କେଉଁ ଗୁଡ଼ିକ ଲୋକଙ୍କୁ ସଂକ୍ରମିତ କରିବାର କ୍ଷମତା ରଖିଛି, ସେକଥା ଜାଣିବା ପାଇଁ ଗବେଷଣା କରାଯାଇଥିଲା।
ଜର୍ଣ୍ଣାଲ ସେଲ୍ରେ ପ୍ରକାଶିତ ଏକ ରିପୋର୍ଟରେ ସେଡୋଙ୍ଗ ବିଶ୍ଵ ବିଦ୍ୟାଳୟର ଚୀନ ଗବେଷକ କହିଛନ୍ତି, ଆମେ ଅନେକ ପ୍ରକାରର ବାଦୁଡି ପ୍ରଜାତିଙ୍କଠାରେ ୨୪ ନୂତନ କରୋନା ଭାଇରସ୍ର ଜିନୋମ ଏକତ୍ର କରିଛୁ। ଏଥିରେ ଚାରୋଟି SARS-CoV-2 ପରି କରୋନା ଭାଇରସ୍ ସାମିଲ।
ନମୁନା ଗୁଡ଼ିକ ଛୋଟ, ଜଙ୍ଗଲ ମଧ୍ୟରେ ଥିବା ବାଦୁଡ଼ିଙ୍କ ଠାରୁ ୨୦୧୯ ମେ’ ମାସରୁ ୨୦୨୦ ନଭେମ୍ବର ମାସରେ ସଂଗ୍ରହ କରାଯାଇଥିଲା। ବାଦୁଡ଼ିଙ୍କ ମୁତ୍ର ଠାରୁ ଆରମ୍ଭ କରି ମଳ ଓ ମୁହଁରୁ ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ଗବେଷଣା ବେଳେ ଜଣାପଡ଼ିଛି ଯେ ଗୋଟିଏ ଭାଇରସର ସମାନତା ସାର୍ସ କୋଭ-୨ ଭାଇରସ ସହ ଜେନେଟିକାଲି ରହିଛି।
ଚୀନ ଗବେଷକ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଗୋଟିଏ ଭାଇରସ୍ ଆନୁବଂଶିକ ଭାବେ SARS-CoV-2 ଭାଇରସ୍ ସହ ସମାନ ଥିଲା, ଯାହା ବର୍ତ୍ତମାନ ଜାରି ମହାମାରୀର କାରଣ ପାଲଟିଛି। ଗବେଷକଙ୍କ ମତରେ ଏବେ ଠାବ ହୋଇଥିବା ନୂତନ ଭାଇରସ୍ SARS-CoV-2 ସହ ସାମଞ୍ଜ୍ୟସ ରହିଥାଇପାରେ।
Powered by Froala Editor