ଏଣିକି ମାଗଣାରେ ବସ୍ ଯାତ୍ରା କରିବେ କିନ୍ନର
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀରେ ରହୁଥିବା କିନ୍ନର ସମାଜର ଲୋକମାନେ ଏଣିକି ମାଗଣାରେ ବସ୍ ଯାତ୍ରା କରିପାରିବେ। ସେମାନଙ୍କ ଠାରୁ ବସ୍ ଭଡ଼ା ବାବଦରେ ଟଙ୍କାଟିଏ ମଧ୍ୟ କେହି ନେବେ ନାହିଁ। ମହିଳାମାନେ ଯେମିତି ଦିଲ୍ଲୀରେ ମାଗଣା ବସ ଯାତ୍ରା କରୁଛନ୍ତି, ଠିକ ସେମିତି କିନ୍ନରମାନେ ମଧ୍ୟ ମାଗଣା ସେବାର ଲାଭ ପାଇବେ ବୋଲି କେଜ୍ରିୱାଲ କହିଛନ୍ତି।
ସେ କହିଛନ୍ତି, “ଦେଶର ୭୫ ବର୍ଷ ଇତିହାସ ମଧ୍ୟରେ କେବେ ହେଲେ କୌଣସି ସରକାର କିନ୍ନର ସମାଜ ପାଇଁ କିଛି ବି କରି ନାହାନ୍ତି। ଦିଲ୍ଲୀ ସରକାର ପ୍ରଥମଥର ପାଇଁ କିନ୍ନର ସମାଜର ଲୋକଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯେମିତି ମହିଳାମାନଙ୍କ ଠାରୁ ବସ ଯାତ୍ରା ବେଳେ କୌଣସି ଟଙ୍କା ନିଆଯାଉ ନାହିଁ, ଠିକ ସେହିପରି କିନ୍ନରମାନଙ୍କୁ ଦିଲ୍ଲୀରେ ମାଗଣା ବସ ଯାତ୍ରାର ସୁଯୋଗ ମିଳିବ। ଦିଲ୍ଲୀ ସରକାର କିନ୍ନରମାନଙ୍କୁ ମାଗଣା ବସ୍ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇ ସାରିଛନ୍ତି। ଏହି ପ୍ରସ୍ତାବ ଖୁବଶୀଘ୍ର କ୍ୟାବିନେଟରେ ଉପସ୍ଥାପନ କରାଯିବ। କ୍ୟାବିନେଟ ନିଷ୍ପତ୍ତି ପରେ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।”
Powered by Froala Editor