ଆଜି ଜିଏସଟି ପରିଷଦର ବୈଠକ, କୋଭିଡ ସାମଗ୍ରୀ ଟିକସ କମିପାରେ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଜିଏସଟି ପରିଷଦର ବୈଠକ ଅନୁଷ୍ଠିତ ହେବ । କୋଭିଡ ମହାମାରୀ ମୁକାବିଲା ଲାଗି ଦରକାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ଓ ବ୍ଲାକ ଫଙ୍ଗସ ଔଷଧ ଉପରୁ ଟିକସ ହ୍ରାସ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ମଧ୍ୟ ଯୋଗ ଦେବୋକୋଭିଡ ମୁକାବିଲା ବ୍ୟବହାର ହେଉଥିବା ସାମଗ୍ରୀ ଯଥା ମେଡିକାଲ ମାନର ଅକ୍ସିଜେନ, ପଲସ ଅକ୍ସିମିଟର, ହ୍ୟାଣ୍ଡ ସାନିଟାଇଜର ଓ ଭେଣ୍ଟିଲେଟର ଉପରୁ ଟିକସ କମ କରିବା ଲାଗି ମେଘାଳୟର ଉପ ମୁଖ୍ୟମନ୍ତ୍ରୀ କର୍ନାଡ ସାଙ୍ଗମାଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ସୁପାରିସ କରିଛି । ତାହା ଉପରେ ଆଜି ବୈଠକରେ ଆଲୋଚନା ହେବା ଟିକା, ଔଷଧ, କୋଭିଡ ଚିକିତ୍ସା ଲାଗି ଔଷଧ ଓ ଟେଷ୍ଟିଂ କିଟ ଉପରୁ ଟିକଟ ହ୍ରାସ ଉପରେ ବିଚାର କରାଯାଇପାରେ ।
Powered by Froala Editor