୨୬ରେ ହେବ ଚାଷୀ ଆନ୍ଦୋଳନ,ଘେରାଉ କରିବେ ଦେଶର ସମସ୍ତ ରାଜଭବନ
କେନ୍ଦ୍ରସରକାରଙ୍କ ବିରୋଧରେ ବିକ୍ଷୋଭ କରୁଥିବା ଚାଷୀମାନେ ୨୬ ରେ ଆଉ ଏକ ଆନ୍ଦୋଳନ କରିବକେୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଦୀର୍ଘ ଦିନ ଧରି ସେମାନେ ଦିଲ୍ଲୀର ରାଜରାସ୍ତାରେ ବସିଥିଲେ ମଧ୍ୟ କେନ୍ଦ ସରକାର କିଛି ବି ପଦକ୍ଷେପ ନେଇନାହାଁନ୍ତି ।
କାରଣ ପାଇଁ ଚାଷୀମାନେ ଜୁନ୍ ୨୬ରେ ସମଗ୍ର ଦେଶରେ ବିକ୍ଷୋଭ କରିବେ। ୨୬ ତାରିଖ ଦିନ ଚାଷୀମାନେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ରାଜ ଭବନ ଆଗରେ ବିକ୍ଷୋଭ କରି ଏହାକୁ ଘେରାଉ କରିବେ। ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚ ପକ୍ଷରୁ ଏହି ଘୋଷଣା କରାଯାଇଛି।ଚାଷର ସୁରକ୍ଷା ଓ ଗଣତନ୍ତ୍ରର ସୁରକ୍ଷା ଦିବସ ଭାବେ ଜୁନ୍ ୨୬ରେ ବିକ୍ଷୋଭ କରାଯିବ ବୋଲି ମୋର୍ଚ୍ଚା କହିଛି।
ବିକ୍ଷୋଭ ବେଳେ ଚାଷୀମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ରାଜ୍ୟପାଳମାନଙ୍କୁ ଦେବେ।ଜୁନ୍ ୨୬ରେ ଚାଷୀମାନେ କୃଷି ଆଇନ ବିରୋଧରେ କରୁଥିବା ଆନ୍ଦୋଳନକୁ ୭ ମାସ ପୂରୁଛି।
ଏହି କାରଣରୁ ୪୦ଟି ଚାଷୀ ଚାଷୀ ସଂଗଠନ ପକ୍ଷରୁ ରାଜଭବନ ଘେରାଉ କରିବାକୁ ଯୋଜନା କରାଯାଇଛି। ରାଜଭବନ ଘେରାଉ ବେଳେ ସେମାନେ କଳା ପତାକା ପ୍ରଦର୍ଶନ ମଧ୍ୟ କରିବେ।ଏ ସମ୍ପର୍କରେ ଘୋଷଣା କରି ଚାଷୀ ନେତା ଇନ୍ଦରଜିତ ସିଂହ କହିଛନ୍ତି, ସମଗ୍ର ଦେଶରେ ଜୁନ୍ ୨୬ରୁ କ୍ଷେତି ବଞ୍ଚାଅ ଓ ଗଣତନ୍ତ୍ର ବଞ୍ଚାଅ ଦିବସ ପାଳନ କରାଯିବ। ଆମେ ମାନେ କଳା ପତାକା ଦେଖାଇ ରାଜଭବନ ଆଗରେ ବିକ୍ଷୋଭ କରିବୁ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ରାଜ୍ୟପାଳମାନଙ୍କୁ ଦେବୁ।
୧୯୭୫ ମସିହା ଜୁନ୍ ୨୬ରେ ଦେଶରେ ଜରୁରୀ କାଳୀନ ସ୍ଥିତି ମଧ୍ୟ ଲାଗୁ କରାଯାଇଥିଲା। ଏହି ଦିନ ଆମ ଆନ୍ଦୋଳନକୁ ମଧ୍ୟ ୭ ମାସ ପୂରିବ। ବର୍ତ୍ତମାନ ସମୟରେ ଚାଷ କାମ ସହ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ମଧ୍ୟ କ୍ଷୁଣ୍ଣ କରାଯାଉଛି। ଏବେ ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ଜୁନ୍ ୨୪ରେ ସନ୍ତ ରବିଦାସ ଜନ୍ମ ବାର୍ଷିକ ମଧ୍ୟ ଉକ୍ତ ସ୍ଥାନରେ ପାଳନ କରିବେ।
Powered by Froala Editor