ଅଜବ ଯୁକ୍ତି ଆଣିଲେ ଏହି ବ୍ୟକ୍ତି: ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ଦେହରେ ଲାଗୁଛି ଲୁହା ଜିନିଷ

କୋଭିଡ୍ ଟିକା ନେଇଥିବା ଲୋକଙ୍କଠାରେ ଅନେକ ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି। ଜ୍ୱର, ବାନ୍ତି, ଥଣ୍ଡା, ମୁଣ୍ଡବିନ୍ଧା ଟିକା ନେଲେ ଏମିତି ସବୁ ସାଧାରଣ ପାର୍ଶ୍ବ ପ୍ରତିକ୍ରିୟା ଲୋକଙ୍କଠାରେ ଦେଖାଯାଉଛି। କିନ୍ତୁ କୋଭିଡ୍ ଟିକା ନେଲା ପରେ ଏସବୁ ପାର୍ଶ୍ବ ପ୍ରତିକ୍ରିୟା ବଦଳରେ ଶରୀରରେ ଏକ ବିଚିତ୍ର ଶକ୍ତି ଉତ୍ପନ ହୋଇଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନାଶିକର ଅରବିନ୍ଦ ସୋନାର ନାମକ ଜଣେ ବ୍ୟକ୍ତି ଅଜବ ଦାବି ଆଣିଛନ୍ତି। ଦ୍ୱିତୀୟ ଟିକା ନେବା ପରେ ତାଙ୍କୁ ଚୁମ୍ବକୀୟ ଶକ୍ତି ମିଳିଛି। ଲୁହାରେ ତିଆରି ପଦାର୍ଥ ତାଙ୍କ ଦେହରେ ଲାଗି ରହୁଥିବା ସେ ଦାବି କରିଛନ୍ତି। ଏମିତିକି ବିଭିନ୍ନ ଷ୍ଟିଲ୍ ଏବଂ ଲୁହା ଜିନିଷ ତାଙ୍କ ଶରୀରରେ ଆପେ ଆପେ ଲାଗିଯାଉଛି।
ପ୍ରଥମେ ଦେହର ଝାଳ କାରଣରୁ ଏଭଳି ହେଉଥିବା ଅରବିନ୍ଦଙ୍କ ପରିବାର ଲୋକେ ଅନୁମାନ କରୁଥିଲେ। କିନ୍ତୁ ଗାଧୋଇ ସାରିବା ପରେ ମଧ୍ୟ ଲୁହାରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ତାଙ୍କ ଦେହରେ ଲାଗି ରହୁଥିବା ଜାଣିବାକୁ ପାଇଥିଲେ।
ଭିଡିଓ ଭାଇରାଲ ହେବା ପରେ ଏହାର କାରଣ ଜାଣିବା ପାଇଁ ସୋନାରଙ୍କ ଘରେ ପହଞ୍ଚିଥିଲେ ନାଶିକ ମ୍ୟୁନିସିପାଲ କର୍ପୋରେଶନର ଡାକ୍ତର। ତଦନ୍ତ ଶେଷ ହେବା ପରେ ହିଁ ଏହାର କାରଣ କହିପାରିବୁ । ଏ ସମ୍ପର୍କରେ ଆମେ ପ୍ରଥମେ ସରକାରଙ୍କୁ ଏକ ରିପୋର୍ଟ ପଠାଇବୁ। ପରେ ତଦନ୍ତ ଦରକାର କି ନାହିଁ ଜଣାପଡ଼ିବ ବୋଲି ଡାକ୍ତର ଅଶୋକ ଥୋରାଟ କହିଛନ୍ତି।
ରିପୋର୍ଟ ଅନୁଯାୟୀ, ସେ କୋଭିଶିଲ୍ଡର ୨ଟି ଡୋଜ ଟିକା ଗ୍ରହଣ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ଘଟଣାର ଯାଞ୍ଚ ନିର୍ଦେଶ ଦେଇଛନ୍ତି l
Powered by Froala Editor