Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ...

  • ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ...

  • ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା

  • ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ...

  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ...

  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ...

  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ...

  • ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ...

  • ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ

  • ସ୍ଥଗିତ ହେଲା ପଞ୍ଜାବରେ ହେବାକୁ ଥିବା ...

Home ›› ››୫୦୦ ବର୍ଷର ଅପେକ୍ଷାର ଅନ୍ତଃ ଘଟିଲା, ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଲା ଆଜିର ଦିନ

୫୦୦ ବର୍ଷର ଅପେକ୍ଷାର ଅନ୍ତଃ ଘଟିଲା, ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଲା ଆଜିର ଦିନ

2024-01-22 10:42:53
13652
Share:
Facebook
Twitter
E-Mail
WhatsApp
Telegram
୫୦୦ ବର୍ଷର ଅପେକ୍ଷାର ଅନ୍ତଃ ଘଟିଲା, ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଲା ଆଜିର ଦିନ

ଅଯୋଧ୍ୟା: ଅଲୌକିକ ଏବଂ ଐତିହାସିକ ମୁହୂର୍ତ୍ତ । ଶେଷ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ୫୦୦ ବର୍ଷର ଅପେକ୍ଷାର ଅନ୍ତଃ ଘଟିଲା । ଏତେ ବର୍ଷର ଅପେକ୍ଷା ମାତ୍ର ୮୪ ସେକେଣ୍ଡରେ ସଂପନ୍ନ ହେଲା । ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଲା ଆଜିର ଦିନ । ଯେଉଁ ସମୟକୁ ଅପେକ୍ଷା କରାଯାଇଥିଲା ସେହି ସମୟ ପହଞ୍ଚିଲା । ଭବ୍ୟ ଏବଂ ଦିବ୍ୟ ରାମ ମନ୍ଦିରରେ ବିରାଜମାନ କଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର । ମାହେନ୍ଦ୍ର ବେଳା ଓ ମାହାର୍ଘ୍ୟ ମୁହୂର୍ତ୍ତରେ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ।  ଏହା ସହିତ ସମଗ୍ର ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ସେକେଣ୍ଡର ଶୁଭ ସମୟ ୧୨ଟା ୨ରୁ ଆରମ୍ଭ ହୋଇ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଥିଲା । ଏହି ସମୟରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ନୀତି ସଂପନ୍ନ ପରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର । ହୀରା ଏବଂ ସୁନା ଅଳଙ୍କାର ପରିଧାନ କରିଛନ୍ତି ଶ୍ରୀ ରାମଲାଲା । ରାମଙ୍କ ମୁଖମଣ୍ଡଳକୁ ଦେଖି ବିଭୋର ଭକ୍ତ । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି । ଯଜମାନ ଭାବେ ଦାୟିତ୍ୱ ତୁଲାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୋମବାର ୧୧ଟା ସମୟରେ ଅଯୋଧ୍ୟାରେ ପହଞ୍ଚିବା ପରେ ରାମ ମନ୍ଦିରକୁ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ । ହାତରେ ପୂଜା ସାମଗ୍ରୀ ଧରି ଗର୍ଭଗୃହରେ ପ୍ରବେଶ କରିଥିଲେ । ପରେ ପ୍ରାଣ ପ୍ରତିଷ୍ଠା ପୂଜାର୍ଚ୍ଚନାରେ ଯଜମାନ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ସମୟରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦି ବେନ ମଧ୍ୟ ଉପସ୍ଥିତ ଥିଲେ । ଶୁଭ ମୂହୁର୍ତ୍ତରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ପ୍ରଧାନମନ୍ତ୍ରୀ ରାମଲାଲଙ୍କ ଆଖି ପଟି ଖୋଲିଥିଲେ । ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ପ୍ରଭୁ ରାମଚନ୍ଦ୍ରଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ପରେ ରମଚନ୍ଦ୍ରଙ୍କ ଚରଣରେ ପଦ୍ମ ଫୁଲ ରଖିବା ସହ ଜଳ ଅର୍ପଣ କରିଥିଲେ । ପ୍ରାଣ ପ୍ରତିଷ୍ଠା ଶେଷ ହେବା ପରେ ରାମଲାଲାଙ୍କ ଆଳତି ହୋଇଥିଲା । ପରେ ପରେ ରାମଙ୍କ ବିଗ୍ରହଙ୍କ ଚାରିପାଖରେ ବୁଲିବା ପରେ ପ୍ରଧାନମନ୍ତ୍ରୀ ଭୂମିରେ ଲୋଟି ପଡି ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ । ଏହା ସହିତ ସମସ୍ତ ରୀତିନୀତି ସମାପ୍ତ ହୋଇଥିଲା । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ହେଲିକପ୍ଟରରୁ ମନ୍ଦିର ଉପରେ ଫୁଲ ବର୍ଷା କରାଯାଇଥିଲା  । ୧୮ଟି ରାଜ୍ୟରୁ ଆସିଥିବା ବାଦ୍ୟଯନ୍ତ୍ର ମଧ୍ୟ ବଜାଯାଇଥିଲା ।
‘ପ୍ରାଣ ପ୍ରତିଷ୍ଠା’ ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୧୧ ଦିନର ଉପବାସ ଭାଙ୍ଗିଥିଲେ । ଗୋବିନ୍ଦ ଦେବ ଗିରି ମହାରାଜ ତାଙ୍କୁ ‘ଚରଣାମୃତ’ (ରୀତିନୀତି ପାଇଁ ବ୍ୟବହୃତ କ୍ଷୀରରେ ତିଆରି ମିଠା ପାନୀୟ) ଖୁଆଇ ତାଙ୍କର ଉପବାସ ଭଙ୍ଗ କରାଇଥିଲେ ।  ମୋଦି ତାଙ୍କର ୧୧ ଦିନିଆ ଉପବାସକୁ ସଫଳତାର ସହ ସମାପ୍ତ କରିଥିବାରୁ ଗୋବିନ୍ଦ ଦେବ ଗିରି ମହାରାଜ ପ୍ରଧାନମନ୍ତ୍ରୀଙ୍କ ଭକ୍ତିକୁ ପ୍ରଶଂସା କରିଥିଲେ ।

ପରେ ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ସିୟାବର ରାମଚନ୍ଦ୍ର କି ଜୟରୁ ଭାଷଣ ଆରମ୍ଭ କରି ମୋଦି କହିଥିଲେ ଯେ ଆଜି ଆମର ରାମ ଆସିଗଲେ । ଆମ ରାମଲାଲା ଆଉ ଟେଣ୍ଟରେ ରହିବେ ନାହିଁ, ରାମଲାଲା ଏଣିକି ଦିବ୍ୟ ମନ୍ଦିରରେ ରହିବେ । ଏହି ମୁହୂର୍ତ୍ତ ଅତ୍ୟନ୍ତ ଅଲୌକିକ ଓ ପବିତ୍ର । ଶହ ଶହ ବର୍ଷର ଅପେକ୍ଷା ପରେ ଆମର ରାମ ଆସିଛନ୍ତି । ବଳିଦାନ ଏବଂ ଅନୁତାପ ପରେ ଆମର ରାମ ଆଯୋଧ୍ୟାରେ ପହଞ୍ଚିଛନ୍ତି । ୨୨ ଜାନୁଆରୀ ୨୦୨୪ର ଏହି ସୂର୍ଯ୍ୟ ଏକ ନୂତନ କିରଣ ଆଣିଛି । ଏହାଛଡ଼ା ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ମୁଁ ମଧ୍ୟ ପ୍ରଭୁ ଶ୍ରୀ ରାମଙ୍କୁ କ୍ଷମା ମାଗୁଛି । ଆମର ପ୍ରୟାସ, ବଳିଦାନ ଏବଂ ଅନୁତାପରେ କିଛି ଅଭାବ ରହିଯାଇଥିଲା ଯାହା ଏତେ ଶତାବ୍ଦୀ ଧରି ଆମେ କରି ପାରିଲୁ ନାହିଁ । ଆଜି ଏହି କାର୍ଯ୍ୟ ସମାପ୍ତ ହୋଇଛି । ମୋର ବିଶ୍ୱାସ ଯେ ଭଗବାନ ଶ୍ରୀ ରାମ ଆଜି ନିଶ୍ଚିତ ଭାବରେ ଆମକୁ କ୍ଷମା କରିବେ ବୋଲି ମୋଦି କହିଥିଲେ । 

Powered by Froala Editor

Tags Ram mandir

Related articles Odisha News Lens 4.1

  • ସ୍ଥଗିତ ହେଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା
    ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା

    14891
    May 20, 2026
  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା
    ଦେଶ-ଦେଶାନ୍ତର

    ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା

    15172
    May 21, 2026
  • ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ଡିଗ୍ରୀ ଟପିଲା
    ଦେଶ-ଦେଶାନ୍ତର

    ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ଡିଗ୍ରୀ ଟପିଲା

    15633
    May 21, 2026
  • ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ
    ଦେଶ-ଦେଶାନ୍ତର

    ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ

    14199
    May 21, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି
    ବିଶେଷ

    ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14478
    May 21, 2026
  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା :  ମୁଫତେଶକୁ ଏନକାଉଣ୍ଟର
    ଅପରାଧ

    ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ମୁଫତେଶକୁ ଏନକାଉଣ୍ଟର

    14737
    May 21, 2026
  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’
    ମନୋରଞ୍ଜନ

    ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’

    15605
    May 21, 2026
  • ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ୧୮୧ ଯାତ୍ରୀ ସୁରକ୍ଷିତ
    ଦେଶ-ଦେଶାନ୍ତର

    ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ୧୮୧ ଯାତ୍ରୀ ସୁରକ୍ଷିତ

    13535
    May 21, 2026
  • ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା

    13906
    May 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ଡିଗ୍ରୀ ଟପିଲା

    15633
    May 21, 2026
  • ଦେଶ-ଦେଶାନ୍ତର

    ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା

    15172
    May 21, 2026
  • ବିଶେଷ

    ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14478
    May 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16872
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17488
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17539
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17924
    Sep 06, 2023

ବିଶେଷ

  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14478
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14242
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14431
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15494
    May 17, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    15102
    May 15, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15414
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15153
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15646
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13977
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା

    13906
    May 21, 2026
  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’

    15605
    May 21, 2026
  • ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା

    13618
    May 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In