କାର୍ଟୁନ ଦେଖୁଥିବାବେଳେ ଶିଶୁର ମୃତ୍ୟୁ
ମା’ଙ୍କ ସହ ବସି କାର୍ଟୁନ ଦେଖୁଥିଲା ଶିଶୁଟି । ହସ ମଜା ଦେଖି ଖୁସି ହେଉଥିଲା । ହେଲେ କିଛି କ୍ଷଣରେ ଚାଲିଗଲା ତା ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି । ଉତ୍ତରପ୍ରଦେଶର ଅମରୋହାରେ।
ସୂଚନାଯୋଗ୍ୟ, ହସନପୁର କୋତବାଲି ଅଞ୍ଚଳସ୍ଥ ହଥିୟାଖେଡ଼ା ଗ୍ରାମରେ ବସବାସ କରୁଥିବା ମହେଶ ଖଡଗବଂଶୀଙ୍କ ୫ବର୍ଷର ଝିଅ କାମିନି ଶୁକ୍ରବାର ରାତି ୯ଟାରେ ଖାଇ ସାରିବା ପରେ ବିଛଣାକୁ ଶୋଇବାକୁ ଯାଇଥିଲା। ଏହି ସମୟରେ ମା’ ଓ ଝିଅ ଦୁହେଁ ମିଶି ଫୋନରେ କାର୍ଟୁନ ଦେଖୁଥିଲେ। ହଠାତ ମା’ କିଛି ବୁଝିବା ପୂର୍ବରୁ କାମିନି ଖଟ ଉପରୁ ତଳକୁ ପଡ଼ି ଯାଇଥିଲେ। ସୋନିଆ ଭାବିଲେ କାମିନି ଖଟ ଉପରୁ ପଡ଼ିଯିବାର ବାହାନା କରୁଛି। କିନ୍ତୁ କାମିନି ହଲଚଲ ନହେବାରୁ ତାଙ୍କ ଭୟ ପଶିଥିଲା । ସେ ଝିଅକୁ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ପ୍ରତିକ୍ରିୟା ଦେଇନଥିଲା । ସୋନିଆ ପାଟି ଶୁଣି ପଡିଶା ଘର ଲୋକେ ଦୌଡି ଆସିଥିଲେ । ସଙ୍ଗେସଙ୍ଗେ କାମିନିଙ୍କୁ ଘରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶିଶୁର ମୃତ୍ୟୁ ହୃଦଘାତରୁ ହୋଇଥିବା ସନ୍ଦେହ କରାଯାଉଛି ।
Powered by Froala Editor