ସୋଏବଙ୍କ ପରକୀୟା ପ୍ରୀତିକୁ ନେଇ ଡିଭୋର୍ସ ଦେଇଥିଲେ ସାନିଆ

ପୂର୍ବତନ ଟେନିସ ତାରକା ସାନିଆ ମୀର୍ଜା ଓ ପାକିସ୍ତାନୀ ସ୍ୱାମୀ ସୋଏବ ମଲ୍ଲିକଙ୍କ ବିବାହ ବିଛେଦ ଚର୍ଚ୍ଚା ଭିତରେ ପୁଣି ଥରେ ବିବାହ କରିଛନ୍ତି ସୋଏବ । ସୋଏବ ପାକିସ୍ତାନର ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି । ସୋଏବ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ବିବାହ ବାବଦରେ ସ୍ପଷ୍ଟ କରିଛନ୍ତି । ସନା ମଧ୍ୟ ନିଜ ଆକାଉଂଟ ଜରିଆରେ ପରୋକ୍ଷରେ ଏହାର ଇସାରା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟର ନାଁ ସାନା ସୋଏବ ମଲ୍ଲିକ କରିଦେଇଛନ୍ତି ।
ସୋଏବ ମଲ୍ଲିକଙ୍କ ଏହା ତୃତୀୟ ବିବାହ । ପ୍ରଥମେ ସେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ । ଏହାପରେ ଆୟେଶାଙ୍କୁ ଛାଡ଼ପତ୍ର ଦେଇ ସାନିଆ ମୀର୍ଜାଙ୍କୁ ବିବାହ କରିଥିଲେ । ତେବେ କିଛି ମାସ ତଳୁ ଏହି ବିବାହ ବିଚ୍ଛେଦ ଘଟିଥିବା ନେଇ ସୂଚନା ଦେଇଥିଲେ ସାନିଆଙ୍କ ବାପା ଇମ୍ରାନ । ସେ କହିଥିଲେ- ଏହି ଡିଭୋର୍ସ ଥିଲା ଇସଲାମ ଧର୍ମ ଅନୁସାରେ ’ଖୁଲା’ । କୁହାଯାଉଛି ସୋଏବଙ୍କ ପରକୀୟା ପ୍ରୀତିରେ ଉତକ୍ଷିପ୍ତ ହୋଇ ସାନିଆ ଦେଇଥିଲେ ’ଖୁଲା’ । ଗତ ସପ୍ତାହରେ ବିବାହ ବିଚ୍ଛେଦ ନେଇ କ୍ରିପ୍ଟିକ ମେସେଜ ପୋଷ୍ଟ କରିଥିଲେ । ସାନିଆଙ୍କ ଟୁଇଟର ତିନି ଦିନ ପରେ କଳ୍ପନାଜଳ୍ପନାର ଅବସାନ ଘଟାଇଥିଲେ ସୋଏବ । ପାକ ଅଭିନେତ୍ରୀ ସାନା ଜାଭେଦଙ୍କ ସହ ନିକାହର ଫଟୋ ପ୍ରକାଶ କରିଥିଲେ ।
Powered by Froala Editor