କାଠଯୋଡି ବ୍ରିଜ୍ ଉପରେ ମାଞ୍ଜା ସୂତାରେ କଟିଲା ବେକ
କଟକ : ପୁଣି ମାଞ୍ଜା ସୂତାରେ କଟିଲା ବେକ। ଆହତ ବ୍ୟକ୍ତି ଜଣଙ୍କ ହେଲେ କଟକର ଅକ୍ଷୟ ମହାପାତ୍ର । କଟକ କାଠଯୋଡି ବ୍ରିଜ୍ ଉପରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ସେ ତାଙ୍କର କଲ୍ୟାଣ ନଗର ଘରୁ ଭୁବନେଶ୍ୱର ଯାଉଥିଲେ । ଏହି ସମୟରେ ଗୁଡିର ସୂତା ତାଙ୍କର ବେକରେ ଲାଗିଯାଇଥିଲା । ଯାହାଫଳରେ ଅକ୍ଷୟ ମହାପାତ୍ର ଆହତ ହୋଇଥିଲେ ।
ତେବେ କଟକରେ ଗୁଡି ସୂତା ଲାଗି ଆହତ ହେବାରେ ଏହା ଅଷ୍ଟମ ଘଟଣା। ତାଙ୍କର ବେକରେ ଗଭୀର ଆଘାତ ଲାଗି ରକ୍ତ ସ୍ରାବ ହୋଇଥିଲା। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରଯାଇଥିବା ବେଳେ ସେ ଏବେ ସୁସ୍ଥ ଅଛନ୍ତି।
Powered by Froala Editor