ଅମରିନ୍ଦର ସିଂହଙ୍କ ନେତୃତ୍ୱରେ ଦଳ ଆଗାମୀ ନିର୍ବାଚନ ଲଢ଼ିବ
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ହେବ ନାହିଁ ଏବଂ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନେତୃତ୍ୱରେ ହିଁ ଦଳ ଆଗାମୀ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ କରାଯାଇଛି । ଦଳରେ ଦେଖାଦେଇଥିବା ଅସନ୍ତୋଷ ଏବଂ କିଛି ପ୍ରମୁଖ ନେତା କ୍ୟାପଟେନ ଅମରିନ୍ଦରଙ୍କୁ ବିରୋଧ କରିବାରୁ ଯେଉଁ ସ୍ଥିତି ଉପୁଜିଛି ତାହାର ସମାଧାନ ପାଇଁ ଗଠିତ କମିଟି ଏ ବାବଦ ସୂଚନା ଦେବା ସହିତ ଦଳ ସଭାପତି ସୋନିଆ ଗାନ୍ଧିଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି । ତେବେ ରାଜ୍ୟରେ ଖୁବଶୀଘ୍ର ନୂଆ ପିସିସି ସଭାପତି ନିଯୁକ୍ତି କରାଯିବା ଏବଂ ଅସନ୍ତୁଷ୍ଟ ନେତାମାନଙ୍କୁ ମନାଇବା ଦିଗରେ କେତେକ ପ୍ରୟାସ ପାଇଁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି । ପଞ୍ଜାବ କଂଗ୍ରେସ ସମସ୍ତ ୫ ଜଣ ସାଂସଦ ଅମରିନ୍ଦରଙ୍କ ନେତୃତ୍ୱ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି ।
Powered by Froala Editor