୧୦ ବିଧାୟକ ତୃଣମୂଳକୁ ଫେରିବା ପାଇଁ ପ୍ରସ୍ତୁତି
କୋଲକାତା: ରାଜନୀତିରେ ବାଜି ଓଲଟିବା ପାଇଁ ଅଧିକ ସମୟ ଲାଗେ ନାହିଁ । ମାର୍ଚ୍ଚ ଏପି୍ରଲ ମାସରେ ପଶ୍ଚିମବଙ୍ଗରେ କ୍ଷମତା ଦୌଡ଼ରେ ଆଗରେ ଥିଲା ବିଜେପି । ତୃଣମୂଳ ସୁପି୍ରମୋ ମମତା ବାନାର୍ଜୀଙ୍କ ନିକଟତମ ସହଯୋଗୀମାନେ ଦଳତ୍ୟାଗ କରି ବିଜେପି ଯୋଗ ଦେବା ଆରମ୍ଭ କରିଦେଲେ । ସେତେବେଳେ ମନେ ହେଉଥିଲା, ବିଜେପି ନିଶ୍ଚୟ କ୍ଷମତାକୁ ଆସିବ । ବିଧାନସଭା ନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଏହି ମହାମୁକାବିଲାରେ ‘ଖୋଲା ହୋବେ’ ସ୍ଲୋଗାନକୁ ନେଇ ତୃଣମୂଳ ବାଜି ମାରିନେଲେ । ନିର୍ବାଚନ ପୂର୍ବରୁ ତୃଣମୂଳର ୩୦ ଅଧିକ ନେତା ବିଜେପିରେ ଯୋଗ ଦେବା ପରେ ବିଜେପିର ପଲା ଭାରି ହୋଇଥିଲା । ହେଲେ ମେ ୨ ତାରିଖରେ ଫଳାଫଳ ଘୋଷଣା ହେବା ପରେ ଏବେ ଖେଳ ପୂରା ଓଲଟି ଯାଇଛି । ତୃଣମୂଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅଧିକାଂଶ ନେତା ତୃଣମୂଳକୁ ଫେରିବା ପାଇଁ ସଜବାଜ ହେଉଛନ୍ତି । ଏବେ ୧୦ ଜଣ ବିଧାୟକ ତୃଣମୂଳକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି । ବିଜେପି କେନ୍ଦ୍ର ଉପାଧ୍ୟକ୍ଷ ମୁକୁଳ ରାୟ, ପ୍ରବୀର ଘୋଷାଲ, ସୋନାଲି ଗୁହା, ସରଳା ମୁର୍ମୁ ପ୍ରମୁଖ ଏହି ତାଲିକାରେ ଏବେ ରାଜ୍ୟରେ ଦଳକୁ ବଞ୍ଚାଇ ରଖିବା ବିଜେପି ନେତୃତ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଛି ।
Powered by Froala Editor