କିମ ଜଙ୍ଗ ଉନଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଜାରି

ପୋଙ୍ଗୟଙ୍ଗ: ଦୀର୍ଘ ଦିନ ପରେ ଉତ୍ତର କୋରିଆର ସର୍ବୋଚ୍ଚ ଶାସନ ମୁଖ୍ୟ କିମ ଜଙ୍ଗ ଉନଙ୍କ ସଦ୍ୟତମ ଫଟୋ ସାମାଜିକ ଗଣମାଧ୍ୟମରେ ଜାରି କରାଯାଇଛି । ନୂଆ ଫଟୋରେ କିମ ପୂର୍ବପେକ୍ଷା ଟିକିଏ ପତଳା ଦେଖାଯାଉଛନ୍ତି । ଏଥିରୁ ଜଣାଯାଉଛି ଯେ କିମ ତାଙ୍କର ଓଜନ କମାଉଛନ୍ତି କିମ୍ବା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟୁଛି । କିମଙ୍କ ଫଟୋକୁ କୋରିଆ ସେଣ୍ଟ୍ରାଲ ନୁ୍ୟଜ ଏଜେନ୍ସି (କେସିଏନଏ) ଜୁନ ୮ ରେ ପ୍ରକାଶ କରିଛି । ଏଥିରେ ଦେଖାଯାଇଛି ଯେ କିମ ଶାସକ ଦଳ ୱାକର୍ସ ପରାର୍ଟି ଅଫ କୋରିଆ (ଡବୁ୍ୟପିକେ) ର ବରିଷ୍ଠ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି । ସିଓଲସ୍ଥିତ ନୁ୍ୟଜ ୱେବସାଇଟ କିମଙ୍କ ଫଟୋର ବିଶ୍ଳେଷଣ କରିଛି । କିମଙ୍କ ବାମ ମଣିବନ୍ଧରେ ସୁଇଜରଲାଣ୍ଡ ନିର୍ମିତ ଏକ ‘ଇୱେଚେସା ଫାଉସିୀନ’ ଘଡ଼ି ଖୁବ ଜୋରରେ (ଟାଇମ) ବନ୍ଧା ଯାଇଥିବା ଦେଖାଯାଉଛି । ଏହି ଘଡ଼ିର ମୂଲ୍ୟ ପ୍ରାୟ ୧୨,୦୦୦ ଡଲାର । ଘଡ଼ି ବନ୍ଧାରୁ ସ୍ପଷ୍ଟ ହୋଇଛି ଯେ କିମ ପୂର୍ବାପେକ୍ଷା ପତଳା ହୋଇ ଯାଇଛନ୍ତି । ୨୦୨୦ ନଭେମ୍ବର ଓ ଗତ ଏପି୍ରଲରେ ପ୍ରକାଶିତ ଅନୁରୁପ ଫଟୋକୁ ତୁଳନା କଲେ ଏହା ସ୍ପଷ୍ଟ ଜଣାପଡ଼ୁଛି ।
Powered by Froala Editor