ବିଶ୍ୱ ଗୃହ ମୂଲ୍ୟ ସୂଚୀରେ ଭାରତ ତଳ ଆଡୁ ଦ୍ୱିତୀୟ
ନୂଆଦିଲ୍ଲୀ: କରୋନା ମହାମାରୀ ଭାରତର ଗୃହ ନିର୍ମାଣ କ୍ଷେତ୍ରକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଯଦିଓ ବଜାରରେ ଚାହିଦା ରହିଛି କିନ୍ତୁ ଗୃହ ମୂଲ୍ୟରେ ୧.୬ ପ୍ରତିଶତ ହ୍ରାସ ଘଟିଛି । ବିଶ୍ୱ ଗୃହ ମୂଲ୍ୟ ସୂଚୀରେ ଭାରତ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ରହିଛି । ନାଇଟ ଫ୍ରାଙ୍କ ତରଫରୁ ୫୬ଟି ଦେଶକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ସୂଚୀରେ ଭାରତ ୫୫ ତମ ସ୍ଥାନରେ ରହିଛି । ଭାରତ ପଛକୁ ସ୍ପେନ ଶେଷ ସ୍ଥାନରେ ରହିଛି । ନାଇଟ ଫ୍ରାଙ୍କ ତରଫରୁ ୫୬ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସୂଚୀରେ ଭାରତ ୫୫ ତମ ସ୍ଥାନରେ ରହିଛି । ଭାରତ ପଛକୁ ସ୍ପେନ ଶେଷ ସ୍ଥାନରେ ରହିଛି । ବର୍ଷକ ଭିତରେ ଭାରତର ର୍ୟାଙ୍କିଙ୍ଗରେ ୧୨ ପାହାଚ ଅବନତି ହୋଇଛି । ୨୦୨୦ ଜାନୁଆରୀ-ମାର୍ଚ୍ଚରେ ଭାରତର ରାଙ୍କ ୪୩ ୍ଥିଲା । ଏହି ତାଲିକାରେ ତୁର୍କର ପ୍ରଥମ ସ୍ଥାନରେ ଥିବା ବେଳେ ଏହା ପଛକୁ ରହିଛନ୍ତି ନୁ୍ୟଜିଲାଣ୍ଡ, ଲକ୍ସେମ୍ବର୍ଗ, ସ୍ଲୋଭାକିଆ, ଆମେରିକା, ସ୍ୱିଡେନ, ଅଷ୍ଟି୍ରଆ ଓ ନେଦରଲ୍ୟାଣ୍ଡ । ଭାରତର ର୍ୟାଙ୍କିଙ୍ଗ ୨୦୨୦ ପରଠାରୁ ପ୍ରତି ତ୍ରୟମାସରେ କ୍ରମାଗତ ଭାବେ ହ୍ରାସ ପାଇଛି ।
Powered by Froala Editor