ସୀମାରେ ଚୀନର ଯୁଦ୍ଧାଭ୍ୟାସ, ରାଫେଲ ମୁତୟନ କଲା ଭାରତ
ନୂଆଦିଲ୍ଲୀ : ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଟିକେ କମୁଥିବା ବେଳେ ଚୀନ ସହିତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଉତ୍ତେଜନା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ପୂର୍ବ ଲଦାଖ ସୀମାରେ ଚୀନ ପୁଣି ଥରେ ଏହାର ସେନା ମୁତୟନ ବଢ଼ାଇ ଦେଇଛି । ଏଥିସହିତ ଚୀନର ବାୟୁସେନା ଭାରତୀୟ ସୀମା ନିକଟରେ ଏକ ବଡ଼ ଯୁଦ୍ଧାଭ୍ୟାସ ନିକଟରେ କରିଛି । ଚୀନ ବାୟୁସେନାର ୨୦ ଲଢ଼ୁଆ ବିମାନ ପୂର୍ବ ଲଦାଖ କ୍ଷେତ୍ରକୁ ସାମ୍ନା କରି ଯୁଦ୍ଧ ଅଭ୍ୟାସରେ ଭାଗ ନେଇଥିଲେ । ଏହି ଲଢ଼ୁଆ ବିମାନ ଗୁଡ଼ିକର ଉଡ଼ାଣ ସେହିସବୁ ବିମାନଘାଟିରୁ ଆରମ୍ଭ ହୋଇଛି ଯେଉଁସବୁ ବିମାନଘାଟିରୁ ଗତବର୍ଷ ପୂର୍ବ ଲଦାଖରେ ଚୀନର ଯବାନମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଥିଲା । ଚୀନର ଏଭଳି ଗତିବିଧି ଦେଖି ଭାରତ ମଧ୍ୟ ଏହାର ପ୍ରସ୍ତୁତିକୁ ବଢ଼ାଇ ଦେଇଛି । ଉତ୍ତର ସୀମାରେ ଫ୍ରାନ୍ସରୁ ଆସିଥିବା ଅତ୍ୟାଧୁନିକ ରାଫେଲ ବିମାନ ସହିତ ଅନ୍ୟ ଲଢ଼ୁଆ ବିମାନକୁ ସକ୍ରିୟ କରି ଦେଇଛି ।
Powered by Froala Editor