ଆଜି ରାଜ୍ୟରେ ୫ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଛୁଇଁଛି । ପୂର୍ବରୁ ୩ ଜଣଙ୍କ ଠାରେ ପଜିଟିଭି ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ମଧ୍ୟ ରାଜ୍ୟରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରେ ରହିଛନ୍ତି । ଏସବୁ ଭିତରେ ରାଜ୍ୟରେ କରୋନାକୁ ନେଇ ସେଭଳି କିଛି ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ବେଳେ କେହି ସେମିତି ଗୁରୁତର ହୋଇନାହାନ୍ତି ।
Powered by Froala Editor