ପାତାଳି ନଦୀରେ ବୁଡ଼ିଲା ଡଙ୍ଗା, ୫ ନିଖୋଜ
କୋରାପୁଟ ଜିଲା ପାତାଳି ନଦୀରେ ଗୁରୁବାର ଡଙ୍ଗା ବୁଡି ୫ ନିଖୋଜ ହୋଇଯାଇଛନ୍ତି। ସେମାନେ ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ତାନ୍ସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ବୋଲି ଜଣାପଡିଛି। ୫ ଜଣ ଏକ ଦେଶୀ ଡଙ୍ଗାରେ ବାଡେଲା ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ। ଗାଁକୁ ଫେରିବା ସମୟରେ ଡଙ୍ଗାଟି ପାତାଳି ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସମସ୍ତ ୫ ଜଣ ନିଖୋଜ ଅଛନ୍ତି।
ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ନିଖୋଜ ୩ ମହିଳା ହେଲେ ଲାଲମଣି ଶିଶା(୨୩), ଶଶିରେଖା ଆର୍ଲାବ(୨୪) ଓ ନବିନା ଆର୍ଲାବ(୨୫)। ଏମାନଙ୍କ ବ୍ୟତୀତ ପୁଷ୍ପାଞ୍ଜଳି ଆରଲାବ(୧୪) ଏବଂ ଶାନ୍ତି ସିଶା(୧୩) ଅନ୍ତର୍ଭୁକ୍ତ । ରାତିରେ ଫେରୁଥିବାବେଳେ ଡଙ୍ଗାଟି ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି । ଜଣକର ମୃତଦେହ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
Powered by Froala Editor