ମାଟି ତଳୁ ମାଓ ସାମଗ୍ରୀ ଜବତ : ଦେଶୀ ବନ୍ଧୁକ, ପିସ୍ତଲ, ଜିଲେଟିନ ଷ୍ଟିକ ସହ ବିସ୍ଫୋରକ ଲୁଚାଇ ରଖିଥିଲେ
ମାଟି ତଳୁ ବନ୍ଧୁକ ତିଆରି କାରଖାନା ଠାବ କରିଛି ବିଏସଏଫ। କାଳିମେଳା ଥାନା ଭେଜାଙ୍ଗିଗୁଡ଼ା ଜଙ୍ଗଲରୁ ମିଳିଛି ବିପୁଳ ମାଓ ସାମଗ୍ରୀ ହୋଇଛି।
ସୂଚନା ଅନୁଯାୟୀ ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିଗୁଡ଼ା ରିଜର୍ଭ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଗତିବିଧି ଉପରେ ସୂଚନା ପାଇ ଜିଲାରେ ନିୟୋଜିତ ଥିବା ୧୪୨ ବାଟାଲିଆନର ବିଏସଏଫର ଯବାନ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆଲୁର୍କୋଟା ଗାଁ ନିକଟରେ ମାଓବାଦୀମାନେ ମାଟି ତଳେ ଡମ୍ପରେ ଲୁଚାଇ ରଖିଥିବା ଅନେକ ଅସ୍ତ୍ରଶସ୍ତ୍ର ଓ ମାଓବାଦୀ ସାମଗ୍ରୀକୁ ଯବାନମାନେ ଜବତ କରିଥିଲେ ।
ମାଓବାଦୀ ଏକ ଗାତ କରି ପ୍ଲାଷ୍ଟିକ ଡ୍ରମ ଭିତରେ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ତିଆରି ଲେଦ ମେସିନ ଲୁଚାଇ ରଖିଥିଲେ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏତେ ପରିମାଣ ମାଓ ବିସ୍ପୋରକ ସାମଗ୍ରୀ ଗଛିତ ରଖିଥିଲେ ମାଓବାଦୀ। ସବୁ ଯୋଜନା ପଣ୍ଡ କରିଛି ବିଏସଏଫ । ୨ ଦେଶୀ ବନ୍ଧୁକ, ଗୋଟିଏ ପିସ୍ତଲ, ଜିଲେଟିନ ଷ୍ଟିକ ସହ ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି। ମାଲକାନଗିରି ଜିଲାରେ ମାଓ ଦମନ ପାଇଁ ନିୟୋଜିତ ଥିବା ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ବଡ ସଫଳତା ମିଳିଛି।
Powered by Froala Editor