ବିଜେପିର ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ନିଜର ଏହି ପ୍ରତିକ୍ରିୟା ରଖିଲେ ଜୟନାରାୟଣ
ଭୁବନେଶ୍ୱର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏନେଇ ସବୁ ଦଳ ନିଜ ନିଜ ପ୍ରସ୍ତୁତିକୁ ଜୋରଦାର କରିଦେଇଛନ୍ତି । ଏହାରି ଭିତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓଡ଼ିଶାରେ ବିଜେପିର ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ ଆସନ୍ତା ଜାନୁଆରୀ ମାସରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଜୋରଦାର ସଂଘର୍ଷ ଆରମ୍ଭ କରିବ । ଜାନୁଆରୀରୁ ସଂଘର୍ଷ ଶାଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ ସନେ୍ଦଶ ଦେଇଛନ୍ତି । ସଂଘର୍ଷ ଓ ସଂଗଠନକୁ ପ୍ରସ୍ତୁତ କରିବା ପାଇଁ ମୋଦୀ ନିଦେ୍ର୍ଧଶ ଦେଇଛନ୍ତି । ଜାନୁଆରୀରୁ ସବୁ ସାଂଗଠନିକ କାମ ସାରି ହଳ ପାଇଁ ବିଲକୁ ଓହ୍ଲାଇବୁ । ମୋଦୀ ଜାନୁଆରୀରେ ଓଡ଼ିଶା ଆସିବେ । ଆଉ ବିଲ ଦେଖି ସାର ପକାଇ ଉର୍ବର କରିବେ ବୋଲି ଜୟନାରାୟଣ କହିଛନ୍ତି ।
Powered by Froala Editor