ଶ୍ରୀକ୍ଷେତ୍ର ପରିକ୍ରମାକୁ ନେଇ ପ୍ରସ୍ତୁତ ଭିଡିଓ ବିବାଦ ପ୍ରସଙ୍ଗରେ ଏହି ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର
ଭୁବନେଶ୍ବର: ଜଣାଶୁଣା ବ୍ଲଗର କାମିଆ ଜାନିଙ୍କ ଦ୍ବାରା ଶ୍ରୀକ୍ଷେତ୍ର ପରିକ୍ରମାକୁ ନେଇ ପ୍ରସ୍ତୁତ ଭିଡିଓକୁ ନେଇ ବିବାଦ ଲାଗି ରହିଛି। ଆଜି ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟ ରଖିଛନ୍ତି ।
ଆଜି ଭୁବନେଶ୍ବର ବିମାନବନ୍ଦରରେ ଏହି ପ୍ରସଙ୍ଗରେ କହିଛନ୍ତି, ସବୁ ଓଡ଼ିଆ ଏବଂ ସନାତନୀମାନଙ୍କର ଶ୍ରଦ୍ଧାର କେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତେଣୁ ଜାଣତ ବା ଅଜାଣତରେ ମହାପ୍ରଭୁଙ୍କର ଆସ୍ଥା ଓ ମହାପ୍ରଭୁଙ୍କ ସହ ଯୋଡ଼ି ହୋଇ ରହିଥିବା ଓଡ଼ିଆଙ୍କ ଲୋକଙ୍କ ଭାବାବେଗ ସହିତ ନ ଖେଳିଲେ ଭଲ।
ପ୍ରକାଶ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଗୋମାଂସ ଭକ୍ଷଣକାରୀ କାମିଆ ଜାନିଙ୍କୁ ପ୍ରବେଶ କରାଇବା ଅଭିଯୋଗ ଘଟଣାରେ ଶାସକ ବିଜେଡିକୁ ଦାୟୀ କରିଛି ବିଜେପି । ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇବାରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ମୁଖ୍ୟ ଭୂମିକା ରହିଛି । ତେଣୁ ଉଭୟ ପାଣ୍ଡିଆନ ଓ କାମିଆ ଜାନିଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେପି ଅଭିଯୋଗ କରିଛି ।
Powered by Froala Editor