ପ୍ରବଳ ଥଣ୍ଡା: ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ସେଲସିୟସ ରେକର୍ଡ
ବାରିପଦା : ଶୀତର ପ୍ରକୋପରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ତାପମାତ୍ରା ହ୍ରାସ ପାଇଛି। ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଦ୍ଵାରା ଗୁରୁବାର ସକାଳ ୬ ସମୟରେ ରେକର୍ଡ ହୋଇଥିବା ତାପମାତ୍ରା ରିପୋର୍ଟ ପ୍ରଦାନ କରାଯାଇଛି। ପ୍ରଦତ୍ୱ ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାହା କାମୁଡାରେ ସର୍ବନିମ୍ନ ୦ଡିଗ୍ରୀ ତାପମାତ୍ରା ଛୁଇଁଛି, ନଅଣା ୬ଡିଗ୍ରୀ, ଗୁଡୁଗୁଡିଆ ୭ଡିଗ୍ରୀ, ବରେହିପାଣି ୯ଡିଗ୍ରୀ, କିଆଝରି ୧୧ଡିଗ୍ରୀ ଏବଂ ରାମତୀର୍ଥରେ ୧୧ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି। କିଛି ଦିନ ହେବ ପ୍ରବଳ ଥଣ୍ଡାର ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ହେଲେ ଗାଁରୁ ସହର ସବୁଠି ରାସ୍ତାଘାଟ ଶୂନଶାନ ହୋଇଯାଉଛି। ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ଜାଳି ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି।
Powered by Froala Editor