ରାଉରକେଲାରେ ଝାଡ଼ାବାନ୍ତି ମୃତ୍ୟୁ ପଛରେ କଲେରା ଜୀବାଣୁ

ରାଉରକେଲାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଛି। ୫୦୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଛି। ତେବେ ଝାଡ଼ାବାନ୍ତିରେ ମୃତ୍ୟୁ ପଛରେ କଲେରା ଜୀବାଣୁ ଥିବା ସ୍ପଷ୍ଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଆଇଜିଏଚ ସୁପରିଟେଣ୍ଡେଣ୍ଟ ସୁଧା ପ୍ରଧାନ।
ଫାଟି ଯାଇଥିବା ପାଇପରେ ଡ୍ରେନ ପାଣି ମିଶି ଯାଇଛି। ଏହି ଦୂଷିତ ପାଣି ବ୍ୟବହାର କରି ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି ସହରର କୋଏଲ ନଗର, ନାଲାରୋଡ, ଉଦିତନଗର, ଛେଣ୍ଡ କଲୋନି, ବାସନ୍ତୀ କଲୋନୀ, ପାନପୋଷ ବାଲୁଘାଟ ଆଦି ଅଞ୍ଚଳରେ ସଂକ୍ରମଣ ବଢ଼ୁଛି।
ଅନ୍ୟ ପଟେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ଆରଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।
Powered by Froala Editor