ସରକାରୀ ଜାଗାରେ TO-LET ମାରି ୫୦ ହଜାର ଜରିମାନା ଦେଲେ ୩ ସଂସ୍ଥା
ଭୁବନେଶ୍ୱରରେ କାନ୍ଥ କିମ୍ବା ବିଦ୍ୟୁତ୍ ଖୁଣ୍ଟରେ TO-LET ଲଗାଉଥିଲେ ସାବଧାନ। କାରଣ ଏହି TO-LET ବିଜ୍ଞାପନ ଲଗାଇ ୩ ସଂସ୍ଥା ୫୦ ହଜାର ଟଙ୍କା ଲେଖାଏ ଜରିମାନା ଦେଇଛନ୍ତି। ବିଏମ୍ସି ଏହି ଟଙ୍କା ନୟାପଲ୍ଲୀ ଅଞ୍ଚଳର ୩ ସଂସ୍ଥାଠାରୁ ଆଦାୟ କରିଛି। ଏହାସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି।
କିଛି ସଂସ୍ଥା ଓ ଘର ମାଲିକ ଭଡ଼ାରେ ଦେବା ପାଇଁ କାନ୍ଥବାଡ଼, ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗାରେ TO-LET ଲେଖି ମାରୁଛନ୍ତି। ଯାହାଦ୍ୱାରା ସହରର ସୌନ୍ଦଯ୍ୟ କରଣ ନଷ୍ଟ ହେଉଛି। ଏନେଇ ବିଏମସି ଲୋକମାନଙ୍କୁ ପୂର୍ବରୁ ସଚେତନ କରିଥିଲା। ଏବେ ୩ ସଂସ୍ଥା ସରକାରୀ ଜାଗାରେ TO-LET ମାରିବା ଅଭିଯୋଗରେ ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି। ହେଲେ ଜଣେ ବ୍ୟକ୍ତି ନିଜ ଘର ଭଡ଼ାରେ ଲଗାଇବାକୁ ଚାହିଁଲେ ସେ ନିଜ ଘର ଆଗରେ TO-LET ମାରିପାରିବ ବୋଲି କୁହାଯାଇଛି। ପୋଷ୍ଟର ,ହୋଡିଂ ଓ TO-LET ଲଗାଇଲେ ବିଏମସି ପରାମର୍ଶ ନେବାକୁ ପଡ଼ିବ କୁହାଯାଇଛି।
Powered by Froala Editor