ଜମିଜମା ବିବାଦରୁ ଯୁବକଙ୍କଙ୍କୁ ପିଟିପିଟି ହତ୍ୟା
ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବଡ଼ଗଡ଼ ଥାନା ପ୍ରତାପପୁରରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଜଗନ୍ନାଥପୁର ଶାସନର ନୀଲୁ ବିଶୋଇ (୩୦)। ଜମିଜମା ବିବାଦରୁ ପିଟିପିଟି ହତ୍ୟା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ନୀଲୁଙ୍କୁ ତାଙ୍କ ବଡ଼ଭାଇ ତିଲୁ ବିଶୋଇ ଓ ଶ୍ବଶୁର ଜବରଦସ୍ତି ଜଗନ୍ନାଥପୁର ଶାସନରେ ଥିବା ଘରୁ ଉଠାଇ ଆଣିଥିଲେ। ସେଦୁହେଁ ମିଶିକରି ନୀଲୁଙ୍କୁ ହତ୍ୟା କରିଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ତାଙ୍କୁ ମାରିବା ପରେ ଶବକୁ ରାସ୍ତାରେ ଫିଙ୍ଗିଦେଇଥିବା କୁହାଯାଉଛି। ପୂର୍ବରୁ ଦୁଇ ଭାଇଙ୍କ ମଧ୍ୟରେ ଜମିଜମା ବିବାଦ ଥିଲା, ଯାହାକୁ ନେଇ ଉଭୟଙ୍କ ଭିତରେ ନିୟମିତ ଝଗଡ଼ା ହେଉଥିଲା।
Powered by Froala Editor