ରେଞ୍ଜରଙ୍କୁ ଆକ୍ରମଣ କଲା ଦନ୍ତା ହାତୀ
ଭବାନୀପାଟଣା : ଦନ୍ତା ଆକ୍ରମଣରେ ରେଞ୍ଜର ଗୁରୁତର। କଳାହାଣ୍ଡି ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଲ୍ ରବିବାର ପୂର୍ବାହ୍ନ ୧୦: ୩୦ରେ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆମପଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦନ୍ତା ହାତୀ ରେଞ୍ଜରଙ୍କୁ ଆକ୍ରମଣ କରିଛି। ଉକ୍ତ ଅଞ୍ଚଳରେ ହାତୀଟି ରହିଥିବାରୁ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ବନ ବିଭାଗ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।
ସକାଳେ ନର୍ଲା ରେଞ୍ଜର ଆମପଡା ନିକଟ ଜଙ୍ଗଲରେ ହାତୀ ପଲ ଥିବା ଖବର ପାଇ ଶ୍ରୀ ପାଲ ସହକର୍ମୀ ମାନଙ୍କ ସହ ଘଟଣା ସ୍ଥଳରେ ହାତୀ ପଲ ଉପରେ ନଜର ରଖିଥିଲେ। ଏହି ସମୟରେ ଗୋଟାଏ ହାତୀ ତାଙ୍କୁ ଦଳି ଦେଇଥିବା ସୂଚନା ମିଳିଛି। ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ଡାକ୍ତରଖାନାକୁ ଅଣାଯାଉଛି। ଖବର ପାଇ ନର୍ଲା ପୁଲିସ ଏବଂ ଭବାନୀପାଟଣାରୁ ବରିଷ୍ଠ ବନ ଅଧିକାରୀ ମାନେ ଘଟଣାସ୍ଥଳକୁ ଯାଇଛନ୍ତି।
Powered by Froala Editor