ଏଟିଏମ କାଟି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
ଅନୁଗୁଳ : ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍। କଟରରେ କାଟି ଏଟିଏମରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ତାଳଚେର ବଲହର ଛକରେ ଥିବା ଏସବିଆଇ ଏଟିଏମରୁ ଏହି ଲୁଟ୍ ହୋଇଛି। ବିଳମ୍ବିତ ରାତିରେ ଟଙ୍କା ଲୁଟି ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ। ତେବେ କେତେ ଟଙ୍କା ଲୁଟ୍ ହୋଇଛି ସେନେଇ କୌଣସି ସୂଚନା ମିଳି ପାରି ନାହିଁ। ଖବର ପାଇ ତାଳଚେର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor