ଭୁଶୁଡିଲା ପାଉଁଶ ପୋଖରୀ, ଗାଁ ଛାଡ଼ିବାକୁ ବସିଲେଣି ଗ୍ରାମବାସୀ
ଝାରସୁଗଡ଼ା: ଭୁଶୁଡିଲା ପାଉଁଶ ପୋଖରୀ। ଝାରସୁଗୁଡା ଜିଲ୍ଲା ଇବ ଥର୍ମାଲସ୍ଥିତ ଓପିଜିସିର ପାଉଁଶ ପୋଖରୀ ଆଜି ସକାଳୁ ଭୁଶୁଡି ପଡିଛି। ମିଳିଥିବା ସୂଚନା ମୁତାବକ ପାଉଁଶ ପୋଖରୀରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହେବା ପରେ ପାଉଁଶ ସ୍ଲରି ନିକଟସ୍ଥ ଗାଁ ସରଧାପାଲିକୁ ମାଡ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଗାଁ ବାହାରେ ଥିବା ଚାଷ ଜମିଗୁଡିକ ପାଉଁଶରେ ପୋତି ହୋଇସାରିଥିବାବେଳେ ଏବେ ଗାଁମୁହା ହେଲାଣି ସ୍ଲରି । ଭୟଭୀତ ଗ୍ରାମବାସୀମାନେ ଜିନିଷପତ୍ର ନେଇ ଗାଁ ଛାଡ଼ିବାକୁ ବସିଲେଣି।
Powered by Froala Editor