ଭାଲୁ ଆକ୍ରମଣରେ ଠିକାଦାର ମୃତ
ନବରଙ୍ଗପୁର : ଭାଲୁ ଆକ୍ରମଣରେ ଚାଲିଗଲା ଠିକାଦାରଙ୍କ ଜୀବନ। ଏଭଳି ଏକ ଅଘଟଣ ଶନିବାର ଭୋର ସମୟରେ ନବରଙ୍ଗପୁର ବ୍ଲକର ଭତରାସିଉନି ଗାଁ ନିକଟରେ ଘଟିଛି। ମୃତ ଠିକାଦାରଙ୍କ ନାମ ବ୍ରଜେଶ ଦ୍ବିବେଦୀ ହୋଇଥିବା ବେଳେ ତାଙ୍କ ଘର ମଧ୍ୟ ପ୍ରଦେଶ ବୋଲି ଜଣ।ପଡ଼ିଛି।
ସୂଚନାନୁଯାୟୀ, ଭାରତମାଳା ରାସ୍ତା କାମରେ କାମ କରୁଥିବା ଠିକାଦାର ବ୍ରଜେଶ ଦ୍ବିବେଦୀ ଭୋର ସମୟରେ ଶୌଚ ହେବାକୁ ଯାଇଥିବା ବେଳେ ଏକ ବଡ଼ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଭ।ଲୁ ତାଙ୍କୁ ଆକ୍ରମଣ କରି ତଳେ ପକାଇ ରକ୍ତାକ୍ତ କରି ଦେଇ ଥିଲା। ଏହା ପରେ ସ୍ଥାନୀୟଲୋକେ ଏହା ଦେଖି ଭାଲୁକୁ ଘଉଡାଇବାକୁ ଚେଷ୍ଟା କଲେ ମଧ୍ୟ ଭାଲୁ ଠିକାଦାରଙ୍କୁ ଆକ୍ରମଣ କରିଥିଲା।
Powered by Froala Editor