ମାଓ ପୋଷ୍ଟରରେ ଗଞ୍ଜେଇ ଚାଷକୁ ବିରୋଧ
ବୌଦ୍ଧ: ମଙ୍ଗଳବାର ସକାଳେ ମନମୁଣ୍ଡା ଥାନା ତିଲପଙ୍ଗା ଗାଁ ନଳକୂଅରେ ପୁଣି ମାଓ ପୋଷ୍ଟର ଲାଗିଥିବା ଦେଖା ଯାଇଛି। ପୋଷ୍ଟରରେ ଗଞ୍ଜେଇ ଚାଷକୁ ବିରୋଧ କରାଯାଇଛି। ବୌଦ୍ଧ ଓ କନ୍ଧମାଳରେ ଗଞ୍ଜେଇ ଚାଷ କଲେ କିମ୍ବା ପ୍ରୋତ୍ସାହନ ଦେଲେ କଡ଼ା ଦଣ୍ଡ ଦେବାକୁ ମାଓବାଦୀ ଚେତାବନୀ ଦେଇଛନ୍ତି। ଗଞ୍ଜେଇ ଚାଷ ଯୋଗୁଁ ପୁଲିସର ଗତିବିଧି ବଢୁଥିବା ବେଳେ ମାଓବାଦୀଙ୍କ ବିପ୍ଳବରେ ବାଧା ସୃଷ୍ଟି ହେଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ତଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାଓବାଦୀ ଲେଖା ରହିଛି। ସୂଚନାଯୋଗ୍ୟ, ଜୁନ ୨୫ ତାରିଖରେ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଖୁଣ୍ଟିଗୋରାରେ ମାଓ ପୋଷ୍ଟର ଲାଗିଥିଲା। ମନମୁଣ୍ଡା ଥାନା ରାବଣେଶ୍ବର ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରାଯାଇଥିବା ନଭେମ୍ବର ମାସ ୨୧ ତାରିଖରେ ଏସପି ଘୋଷଣା କରିଥିଲେ।
Powered by Froala Editor