ପିଲାଙ୍କ ପାଇଁ ପାକିସ୍ତାନରୁ ଭାରତ ଫେରିଲେ ଅଞ୍ଜୁ

ପାକିସ୍ତାନୀ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ଦେଶ ଛାଡ଼ି ପାକିସ୍ତାନ ଯାଇଥିବା ଅଞ୍ଜୁ ଦୀର୍ଘ ୬ ମାସ ପରେ ପୁଣି ଭାରତକୁ ଫେରିଛନ୍ତି। ସେ ୱାଘା ସୀମାନ୍ତ ଦେଇ ଭାରତରେ ପ୍ରବେଶ କରିଛନ୍ତି। ସେ ଭାରତରେ ପହଞ୍ଚିବା ପରେ ତାଙ୍କୁ ସୁରକ୍ଷା ଏଜେନ୍ସି ଜେରା କରିଥିଲା। ଏହାପରେ ତାଙ୍କୁ ଅମୃତସର ଏୟାରପୋର୍ଟକୁ ଅଣା ଯାଇଥିଲା। ସେଠାରେ ସେ ଦିଲ୍ଲୀ ଉଡ଼ାଣ କରିବେ।
ଭରତ ଫେରିବା ପରେ ତାଙ୍କର ଏକ ଫଟୋ ବି ଗଣମାଧ୍ୟମରେ ଖୁବ୍ ଜୋର୍ରେ ଭାଇରାଲ୍ ହେଉଛି। ତେବେ ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ସେ ସଂପୂର୍ଣ୍ଣ ରୂପେ ଭାରତ ଫେରିଛନ୍ତି ନା ପୁଣି ଥରେ ନସରୁଲ୍ଲାଙ୍କ ପାଖକୁ ପାକିସ୍ତାନ ଯିବେ।
ଅଞ୍ଜୁ ପାକିସ୍ତାନ ଯାଇ ନିଜ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିବା ପରେ ତାଙ୍କ ନାମ ବଦଳାଇ ଫାତିମା କରି ଦେଇଥିଲେ। ବାହାଘର ପରଠାରୁ ସେ ପାକିସ୍ତାନର ଖାୟବର ପାଖତନୁଖ୍ୱାରେ ରହୁଥିଲେ।
କିଛି ଦିନ ତଳେ ନସରୁଲ୍ଲାଙ୍କର ଏକ ସାକ୍ଷାତ୍କାର ଭିଡିଓ ସାମ୍ନାକୁ ଆସିଥିଲା। ସେଥିରେ ସେ କହିଥିଲେ କି ସେ ଅଞ୍ଜୁଙ୍କୁ ନିଜେ ୱାଘା ସୀମା ପର୍ଯ୍ୟନ୍ତ ଛାଡ଼ିବାକୁ ଆସିବେ। ସେଠାରେ ଅଞ୍ଜୁ ନିଜ ପିଲାଙ୍କ ସହ ଭେଟ ହେବେ। ଭାରତୀୟ ପୁଲିସ୍ର ସବୁ ପ୍ରଶ୍ନର ଉତ୍ତର ଦେବେ। ପିଲାମାନେ ଯଦି ତାଙ୍କ ସହ ପାକିସ୍ତାନ ଆସିବାକୁ ଚାହାନ୍ତି ତ ତାଙ୍କୁ ବି ଆପଣେଇବାକୁ ନସରୁଲ୍ଳା ପ୍ରସ୍ତୁତ। ଯଦି ସେମାନେ ଚାହାନ୍ତି ତ ନିଜ ଇଚ୍ଛାରେ ଭାରତରେ ରହିପାରନ୍ତି। ଅଞ୍ଜୁ କେବଳ ନିଜ ପିଲାଙ୍କ ପାଇଁ ଭାରତ ଯାଉଛନ୍ତି ବୋଲି ନସରୁଲ୍ଲା ପ୍ରକାଶ କରିଥିଲେ। ଏସବୁ ଭିତରେ ଅଞ୍ଜୁ ଏବେ ଭାରତରେ ପହଞ୍ଚିଛନ୍ତି।
Powered by Froala Editor