ତାରିଣୀ ଦର୍ଶନ ହେଲାନି : ଟ୍ରକ୍-କାର୍ ଧକ୍କାରେ ୨ ପରିବାରର ୬ ଗୁରୁତର
କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣୀ ସ୍କୁଲ ନିକଟରେ ଏକ କାର୍କୁ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ଆଦ୍ୟା ରଶ୍ମି ରାଉତ(୪୫), ନମିତା ମହାପାତ୍ର୪(୩୫), ଅତୁଲ୍ୟ ମହାପାତ୍ର(୪୫), ଏ ମହାପାତ୍ର(୧୨), ଅବନ୍ୟା ମହାପାତ୍ର(୫), ଭାବ୍ୟା ପାଇକରାୟ(୩) ବୋଲି ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।
ଗୁରୁତର ମାନେ ଖୋର୍ଦ୍ଧା ଓ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି। ଭଦ୍ରକ ର ଅତୁଲ୍ୟ ମହାପାତ୍ର ଓ ତାଙ୍କ ପତ୍ନୀ ଏବଂ ପିଲାମାନେ, ଖୋର୍ଦ୍ଧା ମୁଳ ବାସିନ୍ଦା ତଥା ଟାଟାରେ ରହୁଥିବା ତାଙ୍କ ଶଳା ଅମୁଲ୍ୟ ପାଇକରାୟଙ୍କ ପରିବାର କୁ ଭେଟିବା କୁ ଯାଇଥିଲେ।ସେଠାରୁ ଉଭୟ ଶଳା ଭିଣେଇ ସହିତ ସପରିବାର 2ଟି କାର ରେ ଘଟଗାଁ ତାରିଣୀ ଦର୍ଶନ ସାରି ଅତୁଲ୍ୟଙ୍କ ପରିବାର ଭଦ୍ରକ ଓ ଅମୂଲ୍ୟ ପାଇକରାୟ ଟାଟା ଫେରି ଯାଇଥାନ୍ତେ। ତେବେ ସେମାନଙ୍କର ତାରିଣୀ ଦର୍ଶନ ଅଧୁରା ରହିବା ସହ ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି।
Powered by Froala Editor