Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ...

  • ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ...

  • ଏହା କଲେ ହେବ ନାହିଁ ଗ୍ୟାସ୍

  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ...

  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ...

  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

  • ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ...

  • ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ...

  • କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ...

  • ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ...

ରାଜ୍ୟ
Home ›› ରାଜ୍ୟ ››ଢେଙ୍କାନାଳ ଜିଲ୍ଲାରେ ଟାଟା ଷ୍ଟିଲର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲାରେ ଟାଟା ଷ୍ଟିଲର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

2021-06-08 04:49:33
15644
Share:
Facebook
Twitter
E-Mail
WhatsApp
Telegram
ଢେଙ୍କାନାଳ ଜିଲ୍ଲାରେ ଟାଟା ଷ୍ଟିଲର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

 ଢ଼େଙ୍କାନାଳ କାମାକ୍ଷାନଗରରେ ଆନୁଷଙ୍ଗିକ ଭିତିଭୂମି ସହ ୧୫୦ ବେଡର କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ଓନଜିସିକୁ ଦାୟିତ୍ୱ ଦିଆଯାଇଛି

 ପାଲଲହଡ଼ାରେ ଆନୁଷଙ୍ଗିକ ଭିତିଭୂମି ସହ ୫୦ଟି ବେଡ୍ ସହ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ଏଚପିସିଏଲକୁ ଦାୟିତ୍ୱ ଦିଆଯାଇଛି

 ଲୋକାର୍ପିତ କୋଭିଡ୍ ହସ୍ପିଟାଲ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିବାରେ ସହାୟକ ହେବ

 ହସ୍ପିଟାଲକୁ ଅନ୍ତତଃ ୩ ମାସ ଚଲାଇବା ପାଇଁ ଟାଟା ଷ୍ଟିଲ ବିଏସଏଲର ଅଧ୍ୟକ୍ଷଙ୍କୁ ପରାମର୍ଶ

 ସମଗ୍ର ଭାରତବର୍ଷରେ ମେ ଏବଂ ଏପ୍ରିଲ ମାସରେ ୩ ଲକ୍ଷ ମେଟ୍ରିକ ଟନ୍ ଅକ୍ସିଜେନ୍ ଉତ୍ପାଦନ କରାଯାଇଛି

 ଏହି ସମୟ ଅବଧିରେ ଓଡ଼ିଶାରେ ୩୮ ହଜାର ମେଟ୍ରିକ ଟନ୍ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍‌ ଉତ୍ପାଦନ କରାଯାଇଛି


ଭୁବନେଶ୍ୱର/ଢ଼େଙ୍କାନାଳ  – ଅନୁଗୁଳ ଏବଂ ଢ଼େଙ୍କାନାଳ ଜିଲ୍ଲାରେ ସାମୂହିକ ପ୍ରୟାସରେ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ କରାଯାଉଛି ବୋଲି ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ଢ଼େଙ୍କାନାଳ ଜିଲ୍ଲା ଖଡ଼ଗପ୍ରସାଦ ଠାରେ ଟାଟା ଷ୍ଟିଲ ବିଏସଏଲ ସହଯୋଗରେ ପ୍ରତିଷ୍ଠା ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଆଗାମୀ ଦିନର ସମ୍ଭାବ୍ୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ହେବ । ଅନୁଗୁଳ ଏବଂ ଢ଼େଙ୍କାନାଳ ଜିଲ୍ଲାରେ ସାମୂହିକ ପ୍ରୟାସରେ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜବୁତ୍ କରାଯାଉଥିବା ବେଳେ କରୋନାର ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ସମ୍ ହସ୍ପିଟାଲ ସହଯୋଗରେ ଆନୁଷଙ୍ଗିକ ଭିତିଭୂମି ସହ ୧୫୦ ବେଡର କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ଓନଜିସିକୁ ଦାୟିତ୍ୱ ଦିଆଯାଇଛି । ପାଲଲହଡ଼ାରେ ବିଭିନ୍ନ ଆନୁଷଙ୍ଗିକ ଭିତିଭୂମି ସହ ୫୦ଟି ବେଡ୍ ସହ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ଏଚପିସିଏଲକୁ ଦାୟିତ୍ୱ ଦିଆଯାଇଛି । ତେବେ ଢ଼େଙ୍କାନାଳ ସମେତ ଓଡ଼ିଶାରେ ଡ଼ାକ୍ତର ଅଭାବ ଏବଂ ଭେଂଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ ରହିଛି । ତେଣୁ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଢ଼େଙ୍କାନାଳ କଲେଜରେ ମେଡ଼ିକାଲ କଲେଜ୍‌ ଖୋଲାଯିବାର ଆବଶ୍ୟକତା ରହିଛି । 


ଲୋକାର୍ପିତ କୋଭିଡ୍ ହସ୍ପିଟାଲ ଉପରେ ମତବ୍ୟକ୍ତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୧୫ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍ ଭୂଷଣ ଷ୍ଟିଲ୍ ଲିମିଟେଡ୍ ସହଯୋଗରେ ଅକ୍ସିଜେନ୍ ସୁବିଧା ସହ ଏହି କୋଭିଡ୍‌ ହସ୍ପିଟାଲକୁ ବିକଶିତ କରାଯାଇଛି । ଏଠାରେ ଅକ୍ସିଜେନ୍ ସୁବିଧା ସହ ୯୦ଟି ସାଧାରଣ ଶଯ୍ୟା ଏବଂ ଭେଂଟିଲେଟର ସହ ୧୦ଟି ଆଇସିୟୁ ବେଡ୍ ରହିଛି । ଏହି କୋଭିଡ୍ ହସ୍ପିଟାଲ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ରୋଗୀଙ୍କୁ ସୁବିଧା ପ୍ରଦାନ କରିବ । ଲୋକାର୍ପିତ ଏହି ହସ୍ପିଟାଲକୁ ଅନ୍ତତଃ ୩ ମାସ ମାଇଁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଟାଟା ଷ୍ଟିଲ ବିଏସଏଲର ଅଧ୍ୟକ୍ଷ ଟିଭି ନରେନ୍ଦ୍ରନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।


ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷର ସମସ୍ତ ଷ୍ଟିଲ୍ କାରଖାନା ନିକଟବର୍ତୀ ଅଂଚଳରେ ଅକ୍ସିଜେନ୍ ଆଧାରିତ କୋଭିଡ୍ ହସ୍ପିଟାଲ କରିବା ପାଇଁ ଆହ୍ୱାନ କରିଛନ୍ତି । ‘ଯେଉଁଠି ସମସ୍ୟା, ସେଇଠି ଚିକିତ୍ସା’, ଏଭଳି ପରିକଳ୍ପନା ପ୍ରଧାନମନ୍ତ୍ରୀ କରିଛନ୍ତି । ଏହି ଆହ୍ୱାନକୁ ସ୍ୱୀକାର କରି ଢ଼େଙ୍କାନାଳ ସମେତ ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା କରିବା ପାଇଁ ଟାଟା ଷ୍ଟିଲ ପକ୍ଷରୁ ପଦକ୍ଷେପ ନିଆଯାଇଛି ।


ଭାରତବର୍ଷରେ ଇସ୍ପାତ୍ ଉତ୍ପାଦନକାରୀ କମ୍ପାନୀମାନେ ଇସ୍ପାତ୍ ଉତ୍ପାଦନ କମ୍ କରି ଅକ୍ସିଜେନ୍ ଉତ୍ପାଦନକୁ ବଢ଼ାଇ ଦେଶର ଆବଶ୍ୟକତାକୁ ପୂରଣ କରିଛନ୍ତି । ସମଗ୍ର ଭାରତବର୍ଷରେ ମେ ଏବଂ ଏପ୍ରିଲ ମାସରେ ୩ ଲକ୍ଷ ମେଟ୍ରିକ ଟନ୍ ଅକ୍ସିଜେନ୍ ଉତ୍ପାଦନ କରାଯାଇଥିବା ବେଳେ କେବଳ ଇସ୍ପାତ୍ ଏବଂ ପେଟ୍ରୋଲିୟମ ବିଶୋଧନାଗାରରୁ ୨ ଲକ୍ଷ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଉତ୍ପାଦନ କରାଯାଇଛି । ଓଡ଼ିଶାରେ ସେଲର ରାଉରକେଲା ଇସ୍ପାତ୍ କାରଖାନା ଏହି ସମୟ ଅବଧିରେ ୧୭ ହଜାର ମେଟ୍ରିକ୍ ଟନ୍ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ କରିଥିବା ବେଳେ ଟାଟା ଷ୍ଟିଲ, ସେଲ୍‌, ଜିନ୍ଦଲ ଇତ୍ୟାଦି ପ୍ଲାଟ୍ ଗୁଡ଼ିକ ସମଗ୍ର ଓଡ଼ିଶାରେ ୩୮ ହଜାର ମେଟ୍ରିକ ଟନ୍ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ କରି ଦେଶର ଆବଶ୍ୟକତାକୁ ପୂରଣ କରିଛନ୍ତି । ଓଡ଼ିଶାର ଏହି କାର୍ଯ୍ୟକୁ ଦେଶ ସବୁଦିନ ପାଇଁ ମନେରଖିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଟିକାକରଣକୁ ଜନଆନ୍ଦୋଳନ କରିବା ଉପରେ ମଧ୍ୟ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଇସ୍ପାତ୍ ଓ ଖଣି ଏବଂ ପୂର୍ତି ମନ୍ତ୍ରୀ, ଢ଼େଙ୍କାନାଳ ଜିଲ୍ଲାର ସାସଂଦ ତଥା ସମସ୍ତ ବିଧାୟକ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Powered by Froala Editor

Tags dharmendra pradhan

Related articles Odisha News Lens 4.1

  • ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ

    15145
    Aug 16, 2026
  • ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ଉଲ୍ଲଂଘନ କଲେ ମିଳିବ ଏହି ଦଣ୍ଡ
    ଦେଶ-ଦେଶାନ୍ତର

    ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ଉଲ୍ଲଂଘନ କଲେ ମିଳିବ ଏହି ଦଣ୍ଡ

    14937
    Aug 18, 2026
  • ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ ମୃତ
    ଦେଶ-ଦେଶାନ୍ତର

    ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ ମୃତ

    13514
    Aug 18, 2026
  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ
    ଦେଶ-ଦେଶାନ୍ତର

    ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

    14355
    Aug 17, 2026
  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ
    ଦେଶ-ଦେଶାନ୍ତର

    ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ

    14404
    Aug 17, 2026
  • କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ହତ୍ୟା
    ଅପରାଧ

    କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ହତ୍ୟା

    14858
    Aug 16, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍
    ବିଶେଷ

    ଏହା କଲେ ହେବ ନାହିଁ ଗ୍ୟାସ୍

    15606
    Aug 17, 2026
  • ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ
    ଦେଶ-ଦେଶାନ୍ତର

    ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

    15100
    Aug 16, 2026
  • ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି
    ମନୋରଞ୍ଜନ

    ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

    15145
    Aug 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ

    15145
    Aug 16, 2026
  • ବିଶେଷ

    ଏହା କଲେ ହେବ ନାହିଁ ଗ୍ୟାସ୍

    15606
    Aug 17, 2026
  • ଦେଶ-ଦେଶାନ୍ତର

    UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA

    15117
    Aug 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17035
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17655
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17705
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18104
    Sep 06, 2023

ବିଶେଷ

  • ଏହା କଲେ ହେବ ନାହିଁ ଗ୍ୟାସ୍

    15606
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13694
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14848
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14621
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14459
    Aug 07, 2026

ବାଣିଜ୍ୟ

ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍‌’ ପ୍ରୟାସ ପରେ ଏହି ବ୍ରାଣ୍ଡ୍‌ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍‌ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ...

  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14245
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14373
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15270
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14642
    Aug 07, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

    15145
    Aug 16, 2026
  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

    14355
    Aug 17, 2026
  • ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ

    15145
    Aug 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In