ପ୍ରଥମ ପିଏଚ୍ଡି କିନ୍ନର ଦୀପା ପାଇବେ ରାଷ୍ଟ୍ରପତି ପୁରସ୍କାର
ପିଏଚଡି ଡିଗ୍ରୀ ହାସଲ କରିଥିବା ପ୍ରଥମ କିନ୍ନର ଭାବେ ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର ଦୀପା ସାହୁ। ଉତ୍କଳ ବିଶ୍ଵବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚ ଡି କରୁଛନ୍ତି। ପ୍ରଥମ କିନ୍ନର ଭାବେ ପିଏଚଡି କରି ଏକ ନୂଆ ଇତିହାସ ଲେଖିଛନ୍ତି ଦୀପା। ଆସନ୍ତା ଡିସେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏନେଇ ରାଷ୍ଟ୍ରପତି ଭବନରୁ ଚିଠି ଯୋଗେ ଦୀପାଙ୍କୁ ଅବଗତ କରାଯାଇଛି। ଏହି ଖବର ପାଇବା ପରେ ଖୁସିରେ ଆତ୍ମବିଭୋର ହୋଇଛନ୍ତି ସେ।
ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଅର୍ଥାତ୍ ୧୨ବର୍ଷ ବୟସରୁ ଝିଅ ଭଳି ବ୍ୟବହାର କରିଥିଲେ ଦୀପା। ପରେ ପରିବାର ଲୋକଙ୍କ ନିନ୍ଦା ଅପବାଦ ତାତ୍ସଲ୍ୟର ପାତ୍ର ହୋଇଥିଲେ। କିନ୍ତୁ ନିଜ ଲକ୍ଷ୍ୟକୁ ମଜଭୁତ କରି ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।
ତେବେ ଦୀପାଙ୍କ ଗଳାରେ ଅସ୍ତ୍ରୋପଚାର ହୋଇଥିବରୁ ସେ କିଛି କହି ପାରୁ ନଥିଲେ ମଧ୍ୟ ତାଙ୍କ ମୁହଁର ହସ ବୟାନ କରୁଛି ଏହି ସମ୍ମାନ ପାଇଁ ସେ କେତେ ଖୁସି।
Powered by Froala Editor