ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ରାମଦେବଙ୍କ ପ୍ରତିକ୍ରିୟା : ଯଦି କମ୍ପାନୀ ଦାବି ଭୁଲ, ତା’ହେଲେ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ

ସୁପ୍ରିମକୋର୍ଟ ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନି ପତଞ୍ଜଳି ଆୟେୁର୍ବେଦକୁ କଡ଼ା ଭର୍ତ୍ସନା କରିଛନ୍ତି। ଏଲୋପାଥିକ ଔଷଧକୁ ନେଇ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ଉପରେ କମ୍ପାନିକୁ ତାଗିଦ୍ କରିବା ସହ ଔଷଧ ବିଷୟରେ ଭୁଲ୍ ଦାବି ନକରିବାକୁ ପରାମର୍ଶ ଦେଇଥିଲେ। ଅଦାଲତ କହିଥିଲେ, ''ଯଦି ରୋଗ ଠିକ୍ କରିବାରେ ଆପଣଙ୍କ ଉତ୍ପାଦ ଭୁଲ୍ ପ୍ରମାଣିତ ହେଲା ତେବେ ୧୦୦ କୋଟିର ଜରିମାନା ଲଗାଯିବ।'' ଆଉ ଏବେ ଏହାକୁ ନେଇ ରାମଦେବ ବାବାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ପତଞ୍ଜଳୀ ବିରୋଧରେ ଆଧୁନିକ ଯୁଗର କିଛି ଡାକ୍ତର ଗ୍ୟାଙ୍ଗ ଅପପ୍ରଚାର ଚଳାଇଛନ୍ତି। ଯଦି କମ୍ପାନୀ କରୁଥିବା ଦାବି ଭୁଲ, ତା’ହେଲେ ଆମକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ ବୋଲି ମଧ୍ୟ ରାମଦେବ କହିଛନ୍ତି।
ବୁଧବାର ହରିଦ୍ବାରରେ ରାମଦେବ ବାବା କହିଛନ୍ତି ''ଯଦି ଆମେ ଭୁଲ୍ ପ୍ରମାଣିତ ହେବୁ। ତେବେ ଆମ ଉପରେ ୧୦୦ ନୁହେଁ ବରଂ ୧୦୦୦ କୋଟିର ଜରିମାନା ଲଗାଇବେ।''
ଆମେ ସୁପ୍ରିମକୋର୍ଟଙ୍କ ସମ୍ନାନ କରୁଛୁ। କିନ୍ତୁ ଆମେ ମିଥ୍ୟା ପ୍ରଚାର କରୁନାହୁଁ। ଡାକ୍ତରଙ୍କ ଏଭଳି ଗୋଷ୍ଠୀ ଏଭଳି ସଂସ୍ଥା ତିଆରି କରିଛନ୍ତି ଯାହା ପ୍ରଚାର କରୁଛି ଯେ, ରକ୍ତଚାପ, ସୁଗାର, ଥାଇରଏଡ ଏବଂ ଲିଭର ଭଳି ରୋଗର ଚିକିତ୍ସା ନାହିଁ। ସେମାନେ ଆମର ସଂସ୍କୃତି ଏବଂ ସନାତନ ମୂଲ୍ୟର ବିରୋଧରେ ମଧ୍ୟ କହୁଛନ୍ତି। କିନ୍ତୁ ଆମ ପାଖକୁ ହଜାର ହଜାର ରୋଗୀ ଆସୁଛନ୍ତି ତାଙ୍କଠାରୁ ପ୍ରମାଣ ମିଳୁଛି।''
Powered by Froala Editor