ସେନା ନିଯୁକ୍ତ ମେଳା: ଦଳାଚକଟାରେ ୩୭ ମୃତ

ନୂଆଦିଲ୍ଲୀ: କଙ୍ଗୋ ରିପବ୍ଲିକର ରାଜଧାନୀ ବ୍ରାଜେଭିଲ୍ଲରେ ବଡ ଧରଣର ଅଘଟଣ । ଷ୍ଟାଡିୟମରେ ଅସମ୍ଭାଳ ଭିଡ ମଧ୍ୟରେ ଠେଲାପେଲା ଓ ଦଳାଚକଟାରେ ପାଖାପାଖି ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୪୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ନେଇ ଆଶଙ୍କା ରହିଛି । ଏନେଇ କଙ୍ଗୋ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଦିନ ଘୋଷଣା କରାଯାଇଛି ।
ସେନା ନିଯୁକ୍ତ ମେଳାରେ ଅଘଟଣ । କଙ୍ଗୋ ରିପବ୍ଲିକର ରାଜଧାନୀ ବ୍ରାଜେଭିଲ୍ଲର ଓର୍ନାନୋ ଷ୍ଟାଡିୟମରେ ସେନା ନିଯୁକ୍ତି ସମ୍ମିଳନୀ ଚାଲିଥିବା ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେନାରେ ଭର୍ତ୍ତି ହେବା ପାଇଁ ଆସିଥିବା ପିଲାମାନଙ୍କ ମଧ୍ୟରେ ଠେଲାପେଲି ଓ ଦଳାଚକଟାରେ ଦେଖିବାକୁ ମିଳିଥିଲା ।ଏହି ଅଘଟଣରେ ପାଖାପାଖି ୩୭ଜଣଙ୍କ ଜୀବନ ଯାଇଥିବା ବେଳେ ପାଖାପାଖି ୧୪୦ଜଣ ଆହତ ହୋଇଛନ୍ତି । ୩୧ ଜଣ ମୃତଦେହ ଷ୍ଟାଡିୟମ ମଧ୍ୟରୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୬ ଜଣଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତେବେ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ସୋମବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।
Powered by Froala Editor