ଦ୍ୱାଦଶ ମାର୍କ ଅପଲୋଡ ପାଇଁ ସିବିଏସଇ ପକ୍ଷରୁ ନିଦେ୍ର୍ଧଶ

ଭୁବନେଶ୍ୱର: ଦ୍ୱାଦଶ ମାର୍କ ଅପଲୋଡ ପାଇଁ ସିବିଏସଇ ପକ୍ଷରୁ ସବୁ ସ୍କୁଲକୁ ନିଦେ୍ର୍ଧଶ ଦିଆଯାଇଛି । କରୋନା ପାଇଁ କିଛି ସ୍କୁଲ ପ୍ରାକ୍ଟିକାଲ/ଇଣ୍ଟରନାଲ ଆସେସମେଣ୍ଟ କରିନାହାନ୍ତି । ଯେଉଁମାନେ କରିପାରିନଥିବେ ତୁରନ୍ତ ଅନଲାଇନରେ କରାଇବାକୁ ସିବିଏସଇ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଅନଲାଇନରେ ଆସେସମେଣ୍ଟ କରି ଜୁନ ୨୮ ତାରିଖ ସୁଦ୍ଧା ଅପଲୋଡ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
ପ୍ରକାଶ ଯେ, କରୋନା ପାଇଁ ସ୍କୁଲ ଓ କଲେଜ ବନ୍ଦ ରହିଛି । ତେବେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ଦୃଷ୍ଟି ଦେଇ ସିବିଏସଇ ପକ୍ଷରୁ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଦିଆଯାଇଛି ।
Powered by Froala Editor