Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ...

  • ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ...

  • ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ...

  • ଅଲ୍ଲୁ ଅର୍ଜୁନଙ୍କୁ ସମନ

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ...

  • ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ...

  • ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ

  • ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ...

  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

  • ମନା କରି ଦେଲେ ହାଇକୋର୍ଟ, ହଟିବନି ...

ରାଜ୍ୟ
Home ›› ରାଜ୍ୟ ››ବୁଣାକାରଙ୍କୁ ମିଳିବ ନିଜ ବାସଗୃହ ପାଖରେ ତନ୍ତଶାଳା ନିର୍ମାଣ ପାଇଁ ଅଧିକ ସ୍ଥାନ

ବୁଣାକାରଙ୍କୁ ମିଳିବ ନିଜ ବାସଗୃହ ପାଖରେ ତନ୍ତଶାଳା ନିର୍ମାଣ ପାଇଁ ଅଧିକ ସ୍ଥାନ

2023-11-19 08:02:05
14600
Share:
Facebook
Twitter
E-Mail
WhatsApp
Telegram
ବୁଣାକାରଙ୍କୁ ମିଳିବ ନିଜ ବାସଗୃହ ପାଖରେ ତନ୍ତଶାଳା ନିର୍ମାଣ ପାଇଁ ଅଧିକ ସ୍ଥାନ

ଭୁବନେଶ୍ୱର : ରାଜ୍ୟର ବୁଣାକାର ଏବଂ ଆନୁଷଙ୍ଗିକ କାର୍ୟ୍ୟରେ ନିୟୋଜିତ କର୍ମଚାରୀଙ୍କର ବଡ଼ ସମସ୍ୟା ଦୂର କରିଛନ୍ତି ରାଜ୍ୟ ସରକାର। ଇନ୍ଦିରା ଆବାସ ଯୋଜନା/ବିଜୁ ପକ୍କା ଘର/ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ବୁଣାକାରଙ୍କୁ ନିଜ ବାସଗୃହ ପାଖରେ କର୍ମସ୍ଥଳ ଅବା ତନ୍ତଶାଳା ନିର୍ମାଣ ପାଇଁ ଅଧିକ ସ୍ଥାନ ମିଳିବ। ଏଥିଲାଗି ଉଦ୍ଦିଷ୍ଟ ନିୟମରେ ପରିବର୍ତ୍ତନ କରାଯାଇଛି। ବୁଣାକାରମାନଙ୍କ ଏକ ପ୍ରମୁଖ ସମସ୍ୟା ଦୂର କରିଥିବାରୁ ଓଡ଼ିଶା ବୁଣାକାର ମହାସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏ ନେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ସରକାରୀ ବାସଗୃହ ଯୋଜନାରେ ସାମିଲ ହୋଇଥିବା ବୁଣାକାରମାନଙ୍କ ପାଇଁ ବାସଗୃହ ସହ ତନ୍ତଶାଳା ନିର୍ମାଣ ବ୍ୟବସ୍ଥା ହୋଇଛି। ଲୁଗା ବୁଣିବା ଏବଂ ଏଥିରେ ବ୍ୟବହୃତ ମୂଲ୍ୟବାନ୍‌‌ ସାମଗ୍ରୀକୁ ସୁରକ୍ଷିତ ଭାବେ ରଖିବା ଲାଗି ପର୍ୟ୍ୟାପ୍ତ ସ୍ଥାନର ଅଭାବ ଦେଖାଦେଉଥିଲା। ଏହାଦ୍ବାରା ସେମାନଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହେଉଥିଲା। ଏନେଇ ଓଡ଼ିଶା ବୁଣାକାର ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାକୁ ବିଚାର କରି ସରକାର ବିହିତ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି।

ନିଷ୍ପତ୍ତି ଅନୁସାରେ, ତନ୍ତଶାଳାର ସମୁଦାୟ ଆୟତନ ୨୨ବର୍ଗମିଟର (୨୪୦ ବର୍ଗଫୁଟ୍‌‌) ରହିବ। ତନ୍ତଶାଳା ପାଇଁ ପକ୍କାଘର ନିର୍ମାଣ କରିବା ଲାଗି ଆର୍ଥିକ ସହାୟତା ମିଳିବ। ଇଣ୍ଟିଗ୍ରେଟେଡ୍‌‌ ଆକ୍ସନ୍‌‌ ପ୍ଲାନ୍‌‌ (ଆଇଏପି)ରେ ଅନ୍ତର୍ଭୁକ୍ତ ଜିଲ୍ଲାର ବୁଣାକାରମାନଙ୍କୁ ତନ୍ତଶାଳା ନିର୍ମାଣ ଲାଗି ୧, ୩୦, ୦୦୦ ଟଙ୍କା ଏବଂ ଅଣ ଆଇଏପି ଜିଲ୍ଲାର ବୁଣାକାରଙ୍କୁ ୧, ୨୦, ୦୦୦ ଟଙ୍କା ମିଳିବ। ସେହିପରି ଦିବ୍ୟାଙ୍ଗ ବୁଣାକାର ଏବଂ ଆନୁସଙ୍ଗିକ କାମରେ ନିୟୋଜିତ କର୍ମଚାରୀଙ୍କୁ ଅତିରିକ୍ତ ଭାବେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ।

ଏଥିସହ ଯେଉଁ ବୁଣାକାର ପ୍ରଥମ କିସ୍ତି ପାଇବାର ତିନି ମାସ ଓ ଚାରିମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ତନ୍ତଶାଳା ନିର୍ମାଣ କାର୍ୟ୍ୟ ଶେଷ କରିବେ, ସେମାନଙ୍କୁ ପ୍ରୋତ୍ସାହନ ବାବଦରେ ଯଥାକ୍ରମେ ୨୦ହଜାର ଟଙ୍କା ଏବଂ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ଚାରିଟି କିସ୍ତିରେ ହିତାଧିକାରୀଙ୍କୁ ଆର୍ଥିକ ଅନୁଦାନ ଡିବିଟି ମାଧ୍ୟମରେ ମିଳିବ। ପ୍ରଥମ କିସ୍ତି ମିଳିବାର ଅତିବେଶିରେ ୬ମାସ ଭିତରେ କାମ ଶେଷ କରିବା ଜରୁରୀ। ଆର୍ଥିକ ସହାୟତା ପାଇବା ଲାଗି ହିତାଧିକାରୀମାନେ ଅନ୍‌‌ଲାଇନ୍‌‌ ମାଧ୍ୟମରେ ହସ୍ତତନ୍ତରୁ ଆୟ ସମ୍ପର୍କିତ ସତ୍ୟପାଠ ସହିତ ତହସିଲଦାରଙ୍କଠାରୁ ପ୍ରାପ୍ତ ଆୟ ପ୍ରମାଣପତ୍ର, ଜମି ପଟ୍ଟା ନକଲ, ଆଧାର କାର୍ଡର ନକଲ, ବ୍ୟାଙ୍କ ପାସ୍‌‌ବୁକ୍‌‌ର ପ୍ରଥମ ପୃଷ୍ଠାର ନକଲ ସହିତ ଆବେଦନ କରିବେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଏହି ଆବେଦନପତ୍ର ସମୀକ୍ଷା କରି ଅନୁମୋଦନ ପାଇଁ ପଦକ୍ଷେପ ନେବେ। ଆବେଦନପତ୍ର ଅନୁମୋଦନ ସମୟରେ ବିଧବା, ଅସହାୟ, ଛାଡ଼ପତ୍ର ପ୍ରାପ୍ତ ମହିଳା, ଦିବ୍ୟାଙ୍ଗ (୫୦%ରୁ ଅଧିକ ଅକ୍ଷମତା), ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ୪୦ବର୍ଷରୁ ଅଧିକ ବୟସର ଆବେଦନକାରୀଙ୍କୁ ଅଗ୍ରାଧିକାର ମିଳିବ। ଜୋନ୍‌‌ସ୍ତରୀୟ ବୟନ କାର୍ୟ୍ୟାଳୟ ଏହି କାର୍ୟ୍ୟକ୍ରମର ପରିଚାଳନା କରିବ।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ବିବାଦ, ନାଗପୁର ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ...
    ଦେଶ-ଦେଶାନ୍ତର

    ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ବିବାଦ, ନାଗପୁର ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ...

    13718
    Jun 20, 2026
  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି
    ମନୋରଞ୍ଜନ

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି

    14907
    Jun 20, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ
    ବିଶେଷ

    ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15220
    Jun 20, 2026
  • ଅଲ୍ଲୁ ଅର୍ଜୁନଙ୍କୁ ସମନ
    ମନୋରଞ୍ଜନ

    ଅଲ୍ଲୁ ଅର୍ଜୁନଙ୍କୁ ସମନ

    15373
    Jun 20, 2026
  • ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ସାରଙ୍କୁ ଗିରଫ କରିପାରିବ ନାହିଁ ପୁଲିସ
    ଦେଶ-ଦେଶାନ୍ତର

    ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ସାରଙ୍କୁ ଗିରଫ କରିପାରିବ ନାହିଁ ପୁଲିସ

    15152
    Jun 20, 2026
  • ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟ

    13502
    Jun 20, 2026
  • ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ
    ଦେଶ-ଦେଶାନ୍ତର

    ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ

    15734
    Jun 19, 2026
  • ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ପ୍ରସ୍ତୁତ : ଉଦ୍ଧବ ଠାକରେ
    ଦେଶ-ଦେଶାନ୍ତର

    ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ପ୍ରସ୍ତୁତ : ଉଦ୍ଧବ ଠାକରେ

    14350
    Jun 20, 2026
  • ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ
    ଅପରାଧ

    ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ

    15028
    Jun 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ

    14303
    Jun 20, 2026
  • ଅପରାଧ

    ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ

    15028
    Jun 20, 2026
  • ମନୋରଞ୍ଜନ

    ଅଲ୍ଲୁ ଅର୍ଜୁନଙ୍କୁ ସମନ

    15373
    Jun 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16934
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17553
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17601
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17995
    Sep 06, 2023

ବିଶେଷ

  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15220
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14137
    Jun 19, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15705
    Jun 18, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14921
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14434
    Jun 15, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13765
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14864
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15477
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15226
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ

    14303
    Jun 20, 2026
  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି

    14907
    Jun 20, 2026
  • ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ

    15734
    Jun 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In