ଭିଜିଲାନ୍ସ ଜାଲରେ ହାଇସ୍କୁଲ କିରାଣି

ଯାଜପୁର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟୋଲେରାନ୍ସ ନୀତି ଗ୍ରହଣ କରୁଛନ୍ତି । ଯାହା ଫଳ ସ୍ୱରୂପ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହା ସତ୍ତ୍ୱେ ବି ଦୁର୍ନୀତି କମିବାର ନାଁ ଧରୁନି । ଏହି କ୍ରମରେ ଭିଜିଲାନ୍ସ ଜଣେ ଲାଞ୍ଚୁଆ କିରାଣିଙ୍କୁ ଧରିଛି । ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇ ସମ୍ପୃକ୍ତ କିରାଣି ଧରାପଡ଼ିଛନ୍ତି । କବିରପୁର ସ୍ଥିତ ପୁରୁଷୋତ୍ତମପୁର ହାଇସ୍କୁଲ କିରାଣି ମହେଶ୍ୱର ସାମଲ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୪ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ।
Powered by Froala Editor