ପଇସା ମାଗିବାରୁ ଯୁବକଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

କଳାହାଣ୍ଡି: ଉଧାର ଦେଇଥିବା ପଇସା ମାଗିବାରୁ ଯୁବକଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ରଞ୍ଜନ ପାଢ଼ୀ ନାମକ ଜଣେ ୨୮ ବର୍ଷୀୟ ଜଣେ ଯୁବକ ଭବାନୀପାଟଣା କଷାକେନ୍ଦୁ ଛକ ଠାରେ ଥିବା ପେଟ୍ରୋଲ ପମ୍ପ ପଛପଟେ ରହୁଥିଲେ । ସେ ଜଣେ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଉଧାରୀ ଦେଇଥିଲେ । ହେଲେ ସେ ବହୁତ ଦିନରୁ ନିଜ ପଇସା ମାଗି ଆସୁଥିଲେ ।
ବୁଧବାର ସେ ପୁଣିଥରେ ନିଜ ପଇସା ମାଗିବାକୁ ଯିବାରୁ ଉଭୟଙ୍କ ମଧ୍ୟରେ ବଚସା ହେଇଥିଲା । ଏଥିରେ ଉତକ୍ଷିପ୍ତ ହେଇ ଦୁର୍ବୃତ୍ତ ଜଣକ ରଞ୍ଜନଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଘଟଣା ସ୍ଥଳରୁ ଫେରାର ହେଇଯାଇଥିଲେ । ସ୍ଥାନୀୟ ଲୋକେ ରଞ୍ଜନଙ୍କୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ପର୍ୟ୍ୟନ୍ତ ଥାନା ରେ କୌଣସି ଲିଖିତ ଅଭିଯୋଗ ହେଇ ନଥିବା ସୂଚନା ।
Powered by Froala Editor