ବିଦ୍ୟୁତ୍ ତାରରେ ବାଜି ଟଳି ପଡ଼ିଲା ଦନ୍ତା
ଭଞ୍ଜନଗର : ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲୁଥିବା ଏକ ଦନ୍ତାହାତୀର ଶୁଣ୍ଢ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ତା’ର ଶୋଚନୀୟ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅଧୀନ ଲାଠିପଡ଼ା ବିଟ୍ ଢଉପଲ୍ଲୀ କାଜୁ ଜଙ୍ଗଲରୁ ଏହି ଦନ୍ତା ହାତୀଟିର ମୃତଦେହ ଉଦ୍ଧାର କରାଯାଇଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଜବତ କରିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ଏକ ଆଠ ଟିକିଆ ହାତୀପଲ ଖାଦ୍ୟ ସନ୍ଧାନରେ ଢଉପଲ୍ଲୀ କାଜୁ ଜଙ୍ଗଲ ଅତିକ୍ରମ କରୁଥିଲେ। ଏହି ସମୟରେ ଏହି ଦନ୍ତାଟିର ଶୁଣ୍ଢ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା। ହାତୀଟିର ବୟସ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
Powered by Froala Editor