୮୦୦ କର୍ମଚାରୀଙ୍କୁ ଛଟେଇ କରିବ ଟାଟା ଷ୍ଟିଲ କମ୍ପାନୀ
ଟାଟା ଷ୍ଟିଲ୍ ନେଦରଲ୍ୟାଣ୍ଡ୍ ସ୍ଥିତ ଇଜମୁଡେନ ୟୁନିଟ୍ କାରଖାନାରେ ୮୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଆମଷ୍ଟରଡାମଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ପ୍ଲାଣ୍ଟରେ ମୋଟ ୯୨୦୦ କର୍ମଚାରୀ କାମ କରନ୍ତି। ଖର୍ଚ୍ଚକାଟ କରିବାକୁ କମ୍ପାନି ଏପରି ନିଷ୍ପତ୍ତି ନେଇଛି ।
ରିପୋର୍ଟ ଅନୁଯାୟୀ, ଟାଟା ଷ୍ଟିଲର ଡଚ୍ ୟୁନିଟ୍ ଏହାର ବିବୃତ୍ତିରେ କହିଛି ଯେ ବଜାରରେ ନିଜର ସ୍ଥିତିକୁ ସୁଦୃଢ କରିବା ଏବଂ ଖର୍ଚ୍ଚ ହ୍ରାସ କରିବା ପାଇଁ କମ୍ପାନୀ ଅନେକ ଉଦ୍ୟମ କରିଛି। କିନ୍ତୁ ଏସବୁ ଦିଗରେ ଅଧିକ କାର୍ଯ୍ୟ କରିବା ଆବଶ୍ୟକ। କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ କରାଯାଇଛି ଏବଂ ଆଗାମୀ ଦିନରେ ଅଧିକ ପୁଞ୍ଜି ବିନିଯୋଗ କରାଯିବ। ତେବେ ଡଚ ୟୁନିଟରେ ଋଷ୍ଟ୍ରକ୍ଚରିଂର ପ୍ରଭାବ ମ୍ୟାନେଜର ଏବଂ ସହଯୋଗୀ କର୍ମଚାରୀ ମାନଙ୍କ ଉପରେ ପଡିବ। ଡଚ୍ ଇସ୍ପାତ କାରଖାନା ଅଧିକ ସ୍ଥାୟୀ ଉତ୍ପାଦନ ପଦ୍ଧତି ଆଡକୁ ଅଗ୍ରସର ହେଉଥିବାରୁ ପ୍ରତିଯୋଗିତାମୂଳକ ଅଗ୍ରଣୀ ବଜାୟ ରଖିବା ପାଇଁ ଏହା ଜରୁରୀ ବୋଲି କମ୍ପାନୀ କହିଛି।
Powered by Froala Editor