୩୨ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେଲେ ରେମଣ୍ଡ ମାଲିକ
ଭାରତର ଧନୀକ ବ୍ୟବସାୟୀ ତଥା ରେମଣ୍ଡ ଟେକ୍ସଟାଇଲର ମାଲିକ ଗୌତମ ସିଂହାଣିଆ ୩୨ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହୋଇଛନ୍ତି । ଉଭୟ ୧୯୯୯ରେ ବିବାହ କରିଥିବା ବେଳେ ବିବାହର ୩୨ ବର୍ଷ ପରେ ଛାଡ଼ପତ୍ର ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଦୀପାବଳି ତାଙ୍କ ପାଇଁ ସମାନ ହେବ ନାହିଁ। କାରଣ ଏବର୍ଷ ସେ ତାଙ୍କ ପତ୍ନୀ ନୱାଜ ମୋଦୀଙ୍କଠାରୁ ଅଲଗା ହେଉଛନ୍ତି। ତେବେ ଦୁହେଁ ସହମତିରେ ପରସ୍ପରଠାରୁ ଅଲଗା ହେଉଥିବା ଜଣାଇଛନ୍ତି ଗୌତମ।
"୩୨ ବର୍ଷର ସ୍ୱାମୀ-ସ୍ତ୍ରୀର ସମ୍ପର୍କ ମଧ୍ୟରେ ଦୁହେଁ ଦୁହିଁଙ୍କର ସାମର୍ଥ୍ୟ ସାଜିଛୁ... ଆମେ ପ୍ରତିବଦ୍ଧତା, ସଂକଳ୍ପ ଓ ବିଶ୍ୱାସ ସହ ଆଗକୁ ବଢ଼ିଥିଲୁ। ଆମର ଦୁଇ ମୂଲ୍ୟବାନ ହୀରା ନିହାରିକା ଏବଂ ନିସା ପାଇଁ ଯାହା ସବୁଠୁ ଭଲ ହେବ ତାହା କରିବା ଜାରି ରଖିବୁ। ଦୟାକରି ଏହି ବ୍ୟକ୍ତିଗତ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ ଏବଂ ସବୁକିଛି ସମାଧାନ ପାଇଁ ସମୟ ଦିଅନ୍ତୁ।" ଏପରି ସମୟରେ ସମଗ୍ର ପରିବାର ପାଇଁ ଆପଣମାନଙ୍କ ଶୁଭେଚ୍ଛା ଲୋଡୁଛି ବୋଲି ସିଂହାଣିଆ କହିଛନ୍ତି।
୫୮ବର୍ଷୀୟ ସିଂହାଣିଆ ୧୯୯୯ରେ ଭାରତୀୟ ସଲିସିଟର ନାଦର ମୋଦୀଙ୍କ ଝିଅ ନୱାଜ ମୋଦୀଙ୍କୁ ବିବାହ କରିଥିଲେ। ସେ ୮ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ୧୯୯୯ରେ ୨୯ବର୍ଷିୟ ନୱାଜଙ୍କୁ ବିବାହ କରିଥିଲେ। ଦୁହେଁ ପ୍ରେମୀଯୁଗଳ, ସ୍ବାମୀ-ସ୍ତ୍ରୀ ଓ ମାତାପିତା ଭାବେ ଦାୟିତ୍ବ ତୁଲାଇବା ପରେ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
Powered by Froala Editor