କର୍ମଚାରୀଙ୍କ ସହ ପୂଜା କରୁଥିଲେ ଆପ ନେତ୍ରୀ, ଆଖିବୁଜା ଗୁଳି ଚଳାଇଲେ ସ୍ୱାମୀ
ଦୀପାବଳି ଦିନ ଆମ ଆଦମୀ ପାର୍ଟି(ଆପ)ର ରାଜନେତ୍ରୀ ରୁଚି ଗୁପ୍ତାଙ୍କ ସ୍ବାମୀ ଜିମରେ ଖୋଲାଖୋଲି ଗୁଳି ଚଳାନା କରିଛନ୍ତି। ଫିଟନେସ୍ ସେଣ୍ଟରରେ ପହଞ୍ଚି ସ୍ତ୍ରୀ ଓ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳି କରିଥିଲେ। ଏହି ଗୁଳିରେ ଦୁଇଜଣ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳି ଯାଇଥିଲା।
ସୂଚନା ଅନୁସାରେ, ଗ୍ୱାଲିଅରରେ ରହିଛି ଆମ୍ ଆଦମୀ ପାର୍ଟିର ମଧ୍ୟପ୍ରଦେଶ ଉପାଧ୍ୟକ୍ଷ ରୁଚି ଗୁପ୍ତାଙ୍କ ଫିଟନେସ୍ ଆଣ୍ଡ ବିୟୁଟି ସେଣ୍ଟର। ଦୀପାବଳି ଅବସରରେ ରୁଚି ଗୁପ୍ତାଙ୍କ ସ୍ୱାମୀ ଫିଟନେସ୍ ସେଣ୍ଟରରେ ପହଞ୍ଚିଥିଲେ। ରୁଚି କର୍ମଚାରୀଙ୍କ ସହିତ ମିଶି ବିୟୁଟି ସେଣ୍ଟରରେ ମା’ ଲକ୍ଷ୍ମୀଙ୍କ ପୂଜା କରୁଥିଲେ। ହଠାତ୍ କେହି କିଛି ବୁଝିବା ପୂର୍ବରୁ ଗୁଳି ଚାଳନା କରିଥିଲେ ଗୁପ୍ତାଙ୍କ ସ୍ୱାମୀ ସନ୍ଦୀପ ଠାକୁର । ଏଥିରେ ଦୁଇଜଣ କର୍ମଚାରୀ ଆହତ ହୋଇଥିଲେ। ଆହତ ଦୁଇକର୍ମଚାରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଦୁଇକର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।
Powered by Froala Editor