ବିବାଦ ଭିତରେ ମହୁଆ ପାଇଲେ ନୂଆ ଦାୟିତ୍ୱ
ବିବାଦ ଭିତରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣନଗର (ନଦିଆ ଉତ୍ତର)ର ଜିଲ୍ଲା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହି ନୂଆ ଦାୟିତ୍ୱ ମିଳିବା ପରେ ଟିଏମ୍ସି ସାଂସଦ ଖୁସି ହୋଇଛନ୍ତି। ନୂଆ ପଦବୀ ମିଳିବା ପରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେ ସୋଶାଲ ମିଡିଆ ସାଇଟ୍ 'X'ରେ ଲେଖିଛନ୍ତି, 'ମୋତେ କୃଷ୍ଣନଗରର ଜିଲ୍ଲା ସଭାପତି କରିଥିବା ଯୋଗୁ ମୁଁ ମମତା ବାନାର୍ଜୀ ଓ ଟିଏମ୍ସିକୁ ଧନ୍ୟବାଦ ଜଣାଉଛି। ଦଳରେ ରହି ସର୍ବଦା କୃଷ୍ଣନଗରର ଲୋକଙ୍କ ପାଇଁ କାମ କରିବି।
ଏଣେ ନୂଆ ଦାୟିତ୍ୱ ମିଳିଥିବା ବେଳେ ପଶ୍ଚିମବଙ୍ଗରଏହି ସାଂସଦଙ୍କ ବିରୋଧରେ ‘କ୍ୟାସ୍ ଫର୍ କ୍ୱେରି’ ମାମଲାରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚର୍ଚ୍ଚା ହେଉଛି। ଲୋକସଭା ସଦାଚାର କମିଟି ତାଙ୍କ ସଂସଦୀୟ ସଦସ୍ୟତାକୁ ରଦ୍ଦ କରିବାକୁ ସୁପାରିସ କରିଛି। ଲୋକସଭାର ଶୀତକାଳୀନ ଅଧିବେଶନ କାଳରେ ଏହି ନିଷ୍ପତ୍ତି ନିଆଯିବ।
Powered by Froala Editor