ଟନେଲ ଭୁଶୁଡ଼ିବା ଘଟିଣା: ଫସିଛନ୍ତି ୫ ଓଡ଼ିଆ
ନୂଆଦିଲ୍ଲୀ: ତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସି ରହିଛନ୍ତି ୫ଜଣ ଓଡ଼ିଆ ଶ୍ରମିକ। ଭୁଶୁଡ଼ିଥିବା ଟନେଲ ଭିତରେ ଫସିଥିବା ୪୦ ଜଣ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ହୋଇଥିବା ସୂଚନା ରହିଛି। ଟନେଲରେ ଫସିଥିବା ୫ଜଣ ଓଡ଼ିଆଙ୍କ ପରିଚୟ ମିଳିଛି। ସେମାନେ ହେଲେ ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଞ୍ଜର ବିଶ୍ୱେଶ୍ୱର ନାୟକ, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ।
ଟନେଲ ଭୁଶୁଡ଼ିବା ପରେ ଗତକାଲିଠାରୁ ସମସ୍ତେ ଫସି ରହିଛନ୍ତି। ତେବେ ଟନେଲ ଭିତରେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି।ଗତକାଲି ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲ ଆଂଶିକ ଭୁଶୁଡି ପଡିଥିଲା। ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀ ଫସି ରହିଥିଲେ।
Powered by Froala Editor