୫ଟି ସହରରେ ଘରେଘରେ ପହଁଚିବ ଅକ୍ସିଜେନ
ଭୁବନେଶ୍ୱର : ରାଜ୍ୟର ୫ ସହରବାସୀଙ୍କୁ ଅକ୍ସିଜେନ ସଂକଟ ସ୍ଥିତି ଦେଇ ଗତି କରିବାକୁ ପଡ଼ିବ ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ୫ଟି ସହରରେ ଘରେଘରେ ଅକ୍ସିଜେନ ସେବା ପହଁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ଏହି ସେବା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଗତକାଲି ଡୋରଷ୍ଟେପ ଅକ୍ସିଜେନ କନସନଟ୍ରେଟର ସେବାର ଶୁଭାରମ୍ଭ କରିଛନ୍ତି । ଅକ୍ସିଜେନ ଚାହୁଁଥିବା ଲୋକଙ୍କୁ ଏହି ପଦକ୍ଷେପ ନିଶ୍ଚିତ ଏକ ବଡ ଆଶ୍ୱସ୍ତି ଦେଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଏହି ୱେବସାଇଟ https:/statedashboard.odisha.gov.in, https://covid19.odisha.gov.in, htpps:/o2booking.sachetkapp.in ମାଧ୍ୟମରେ ଲୋକମାନେ ଅକ୍ସିଜେନ କନସନଟ୍ରେଟର ପାଇଁ ବୁକିଂ କରିପାରିବେ ।
Powered by Froala Editor