ରାଜ୍ୟରେ ୬୧୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୬୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୩୪୫୩ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୬୬୫ ଜଣ ସଂକ୍ରମିତ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪୧୬, ବାଲେଶ୍ୱରରେ ୧୯୫, ବରଗଡ଼ରେ ୧୬୪, ଭଦ୍ରକରେ ୨୨୮, ବଲାଙ୍ଗୀରରେ ୮୩, ବୌଦ୍ଧରେ ୧୧୨, କଟକରେ ୬୪୦, ଦେବଗଡ଼ରେ ୨୯, ଢେଙ୍କାନାଳରେ ୧୨୩, ଗଜପତିରେ ୩୦, ଗଞ୍ଜାମରେ ୯୩, ଜଗତସିଂହପୁରରେ ୨୧୮, ଯାଜପୁରରେ ୫୬୩, ଝାରସୁଗୁଡ଼ାରେ ୮୬, କଳାହାଣ୍ଡିରେ ୮୦, କନ୍ଧମାଳରେ ୧୪୩, କେନ୍ଦ୍ରାପଡ଼ାରେ ୨୨୭, କେନ୍ଦୁଝରରେ ୧୫୫, ଖୋର୍ଦ୍ଧାରେ ୪୯୫, କୋରାପୁଟରେ ୧୮୦, ମାଲକାନାଗିରିରେ ୧୦୭, ମୟୂରଭଞ୍ଜରେ ୩୫୨, ନବରଙ୍ଗପୁରରେ ୧୬୬, ନୟାଗଡ଼ରେ ୧୬୧, ନୂଆପଡ଼ାରେ ୩୬, ପୁରୀରେ ୩୯୮, ରାୟଗଡାରେ ୧୦୮, ସମ୍ବଲପୁରରେ ୧୦୩, ସୋନପୁରରେ ୫୨, ସୁନ୍ଦରଗଡ଼ରେ ୨୭୨ ଓ ରାଜ୍ୟ ପୁଲରେ ୧୦୩ ଜଣ ଚିହ୍ନଟ ହୋଇଛନ୍ତି ।
Powered by Froala Editor