ପ୍ରଥମ ଥର ଦିଲ୍ଲୀରେ ଆଇଆଇଟି ଟିମ୍ କରିବ କୃତ୍ରିମ ବର୍ଷା
ଦିଲ୍ଲୀରେ ବାୟୁ ପ୍ରଦୂଷଣ ହେତୁ ପରିସ୍ଥିତି ବିଗିଡି ଯାଇଛି। ପ୍ରଦୂଷଣର ମୁକାବିଲା ପାଇଁ ପ୍ରଥମ ଥର ପାଇଁ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବ । ଆଇଆଇଟି କାନପୁର ସହାୟତାରେ ଦିଲ୍ଲୀରେ କୃତ୍ରିମ ବର୍ଷା ସୃଷ୍ଟି ହେବ।
ଶୀତ ଆରମ୍ଭ ନହେଉଣୁ ଦିଲ୍ଲୀର ବାୟୁ ମାନ ଖରାପ ହେବାକୁ ଲାଗିଥିବା ଦେଖି ସରକାରଙ୍କ ଚିନ୍ତା ବଢ଼ିଛି। ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ବି ପ୍ରଦୂଷଣ କମ ହେବାର ନାମ ନେଉନାହିଁ। ପରିସ୍ଥିତିକୁ ଦେଖି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର ଦିନ ଆଇଆଇଟି କାନପୁରର ଏକ ଟିମ୍ ସହିତ ବୈଠକ କରିଥିଲେ। ଟିମ ସହ ସହରରେ ବାୟୁ ମାନରେ ସୁଧାର ଆଣିବା ପାଇଁ କୃତ୍ରିମ ବର୍ଷା କରିବା ପ୍ରସ୍ତାବ ଉପରେ ମନ୍ତ୍ରୀ ଗୋପାଳ ରାୟ ଆଲୋଚନା କରିଥିଲେ।
ଦିଲ୍ଲୀ ସରକାର ଶୁକ୍ରବାର ଦିନ ଏ ନେଇ ସୁପ୍ରିମକୋର୍ଟଙ୍କୁ ସୂଚନା ଦେବେ। କୃତ୍ରିମ ବର୍ଷା କରିବାରେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିବାକୁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ।
Powered by Froala Editor