ଶରଣାର୍ଥୀ ଶିବିରରେ ବୋମାବର୍ଷଣ, ୩୦ ମୃତ
![ଶରଣାର୍ଥୀ ଶିବିରରେ ବୋମାବର୍ଷଣ, ୩୦ ମୃତ](https://odishanewslens.com/news_gallery/25707_1699174988.jpg)
ଗାଜା ସିଟି: ଶନିବାର ରାତିରେ କେନ୍ଦ୍ରୀୟ ଗାଜାରେ ଥିବା ଏକ ଶରଣାର୍ଥୀ ଶିବିରରେ ଇସ୍ରାଏଲ୍ ବୋମାବର୍ଷଣ ଯୋଗୁଁ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ହମାସ୍ ପରିଚାଳିତ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।
ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର ଅଶ୍ରଫ୍ ଅଲ୍-କୁଦ୍ରା ଜାରି କରିଥିବା ବିବୃତିରେ କହିଛନ୍ତି: କେନ୍ଦ୍ରୀୟ ଗାଜା ଷ୍ଟ୍ରିପ୍ସ୍ଥିତ ଅଲ୍-ମଗାଜୀ ଶିବିରରେ ନରସଂହାର କାରଣରୁ ଦେଇର୍ ଅଲ୍-ବଲାଗସ୍ଥିତ ‘ଅଲ୍-ଅସ୍କା ସହିଦ ଚିକିତ୍ସାଳୟ’ରେ ୩୦ରୁ ଅଧିକ ଶବ ପହଞ୍ଚିଛି।
‘ଟେଲିଗ୍ରାମ୍’ରେ ପୋଷ୍ଟ୍ କରିଥିବା ବିବୃତିରେ ହମାସ୍ କହିଛି, ଇସ୍ରାଏଲ୍ ପ୍ରତ୍ୟକ୍ଷଭାବେ ସାଧାରଣ ନାଗରିକମାନଙ୍କ ଘର ଉପରେ ବୋମା ଫିଙ୍ଗୁଛି। ମରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ।
Powered by Froala Editor