ଅମ୍ବାନି ଭ୍ରାତାଙ୍କ ଉପରେ ୨୫ କୋଟି ଜରିମାନା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦୁଇ ଦଶନ୍ଧିର ଏକ ପୁରୁଣା ମାମଲାରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଅମ୍ବାନି ଭ୍ରାତାଙ୍କ ସମେତ ଅନ୍ୟମାନଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଛି । ଅଧିଗ୍ରହଣ ନିୟମକୁ ଉଲ୍ଲଂଘନ କରିଥିବାରୁ ଏଭଳି ଜରିମାନା ଲଗାଯାଇଛି । ଯେଉଁମାନଙ୍କ ଉପରେ ଜରିମାନା ଲାଗୁ ହୋଇଛି ସେମାନଙ୍କ ମଧ୍ୟରେ ମୁକେଶ ଅମ୍ବାନି, ଅନିଲ ଅମ୍ବାନି, ନୀତା ଅମ୍ବାନି, ଟିନା ଅମ୍ବାନି ପ୍ରମୁଖ ରହିଛନ୍ତି । ସେବି ପକ୍ଷରୁ ୮୫ ପୃଷ୍ଠାର ନିଦେ୍ର୍ଧଶନାମା ଜାରି କରାଯାଇଛି । କମ୍ପାନୀରେ ୨୦୦୦ ମସିହାରେ ୫ ପ୍ରତିଶତରୁ ଅଧିକ ଅଂଶଧନ ଅଧିଗ୍ରହଣ ସମ୍ପର୍କରେ ସେମାନେ ଘୋଷଣା କରି ନଥିଲେ ବୋଲି କୁହାଯାଇଛି ।